Latest Odisha News

BREAKING NEWS

Bhadrak Collector: ସାଇକେଲରେ କାର୍ଯ୍ୟାଳୟକୁ ଆସିଲେ ଭଦ୍ରକ ଜିଲ୍ଲାପାଳ; କହିଲେ ଅଧିକାରୀମାନେ ବି…

ଭଦ୍ରକ:ଆଗରୁ ଚାଷୀ ବେଶରେ ମଣ୍ଡିରେ ପହଞ୍ଚିଥିଲେ ଆଜି ରାସ୍ତାରେ ସାଇକେଲରେ ଯାଉଥିଲେ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ । ମୁହଁରେ ମାସ୍କ ପିନ୍ଧି ସାଇକେଲ ଚଢ଼ି ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ ନିଜ ଆବାସିକ କାର୍ଯ୍ୟାଳୟରୁ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ସାଇକେଲରେ ଆସିଥିଲେ। ଆଜି ଦ୍ବିତୀୟ ଥର ଲାଗି ନିଜ ଆବାସିକ କାର୍ଯ୍ୟାଳୟରୁ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ସାଇକେଲରେ ଆସିଥିଲେ।

ତେବେ ଏନେଇ ଜିଲ୍ଲାପାଳ କହିଛନ୍ତି ଯେ, ସାଇକେଲରେ ଆସିଲେ ଶରୀର ସୁସ୍ଥ ରହିବ। ସହ ପରିବେଶ ସୁରକ୍ଷିତ ରହିବ । ଯେଉଁଦିନ ସୁବିଧା ହେବ ସେ ଏପରି
କାର୍ଯ୍ୟାଳୟକୁ ସାଇକେଲରେ ଆସିବେ। ଏଥିସହ ଜିଲ୍ଲାପାଳ ଆହୁରି କହିଛନ୍ତି ଯେ,ଅନ୍ୟ ଅଧିକାରୀମାନେ ବି ଏଥିରୁ ପ୍ରେରିତ ହୁଅନ୍ତୁ ଏବଂ ସେମାନେ ବି ସାଇକେଲରେ ଅଫିସ୍ ଆସନ୍ତୁ।

ଜିଲ୍ଲାବାସୀଙ୍କୁ ମଧ୍ୟ କହିଛନ୍ତି ଜିଲ୍ଲାପାଳ , ଘର ଆଖପାଖକୁ ଗାଡିରେ ଯିବା ବଦଳରେ ଚାଲିକି କିମ୍ବା ସାଇକେଲରେ ଯାଇପାରିବେ । ଏହାଦ୍ବାରା ଏକ୍ସରସାଇଜ୍ ହେବ ।

ପୂର୍ବରୁ ବିଶ୍ବ ସାଇକେଲ୍ ଦିବସରେ ଭଦ୍ରକ ଜିଲ୍ଲାପାଳ ନିଜ ଆବାସିକ କାର୍ଯ୍ୟାଳୟରୁ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ସାଇକେଲରେ ଆସିଥିଲେ।

ସୂଚନାଥାଉକି,ପୂର୍ବରୁ ଚାଷୀ ବେଶରେ ମଣ୍ଡି ତନଖି କରିଥିଲେ ଜିଲ୍ଲପାଳ ଦିଲ୍ଲୀପ ରାଉତରାୟ । ମଣ୍ଡିରେ ଏଫଏକ୍ୟୁ ମାନର ଧାନ କିଣା ନେଇ ଚାଷୀଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗର ସତ୍ୟତା ଯାଞ୍ଚ କରିବାକୁ ଚାଷୀ ବେଶରେ ମଣ୍ଡିରେ ପହଁଚିଥିଲେ ଜିଲ୍ଲାପାଳ । ଘଟଣାର ସତ୍ୟତା ଜାଣିବା ପରେ ସମ୍ପୃକ୍ତ ସୋସାଇଟି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏଆରସିଏସଙ୍କୁ ନିର୍ଦେଶ ଦେଇଥିଲେ ।

 

Leave A Reply

Your email address will not be published.