Latest Odisha News

BREAKING NEWS

ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲେ ଭଦ୍ରକ ବିଧାୟକ, ଟ୍ରକ୍ ଧକ୍କାରେ କାର୍ ଚୁରମାର

ଯାଜପୁର: ଏକ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତିଗଲେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଳିକ । ତାଙ୍କ କାର୍‌କୁ ଏକ ଟ୍ରକ୍କ ଧକ୍କା ଦେଇଛି । ଭୁବନେଶ୍ୱରରୁ ଭଦ୍ରକ ଫେରିବା ବେଳେ ଯାଜପୁର ଜିଲ୍ଲା ଜାରକା ପାଖରେ ଦୁର୍ଘଟଣା ଘଟିଛି । ତେବେ ବିଧାୟକ ଓ ତାଙ୍କ ସହଯୋଗୀଙ୍କ ସହ ଡ୍ରାଇଭର ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି ।

ବିଧାୟକଙ୍କ କାରର ଦୃଶ୍ୟ ଦେଖିଲେ ଅନୁମାନ କରିହେବ କେତେ ବଡ଼ ଦୁର୍ଘଟଣା । ତେବେ ସୌଭାଗ୍ୟବଶତଃ ବିଧାୟକ ସଞ୍ଜୀବ ମଲ୍ଲିକ ଓ ଅନ୍ୟମାନେ ସୁରକ୍ଷିତ ଅଛନ୍ତି । କାର୍ ଭାଙ୍ଗି ଚୁରମାର ।

ଟ୍ରକ ଏତେ ଜୋରରେ କାରକୁ ଧକ୍କା ଦେଇଥିଲା ଯେ, କାରଟି ଡିଭାଇଡର ଉପରେ ଚଢ଼ିଯାଇଥିଲା । ଦୁର୍ଘଟଣା ଘଟାଇଥିବା ଟ୍ରକକୁ ପୋଲିସ ଜବତ କରିଛି । ଅଧିକ ଖୋଳତାଡ ଜାରି ରହିଛି ।

Leave A Reply

Your email address will not be published.