Latest Odisha News

BREAKING NEWS

ରିଷଭ-ଉର୍ବଶୀଙ୍କ ସମ୍ପର୍କ ନେଇ ମୁହଁ ଖୋଲିଲେ ସାଥୀ ଖେଳାଳି ଶୁଭମନ

ୱେଲିଂଟନ: ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ଏବଂ ଭାରତର ଷ୍ଟାର କ୍ରିକେଟର ରିଷଭ ପନ୍ତଙ୍କ ସମ୍ପର୍କକୁ ନେଇ ସବୁଠି ଆଲୋଚନା । ତେବେ ଏହି ସମ୍ପର୍କ ନେଇ ଉଭୟ କେବେ ହେଲେ ନିଜ ଆଡୁ କିଛି କହି ନାହାନ୍ତି । ରିଷଭ-ଉର୍ବଶୀଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିଛନ୍ତି ସାଥୀ କ୍ରିକେଟର ଶୁଭମନ ଗିଲ । ସେ କହିଛନ୍ତି ଉର୍ବଶୀ ତାଙ୍କ ଆଡୁ ପରୋକ୍ଷରେ ଏ ଭଳି ମିଥ୍ୟା ପ୍ରଚାର କରୁଛନ୍ତି । ରିଷଭଙ୍କ ଏହା ସହିତ କିଛି ଦେବା ନେବା ନାହିଁ । ସେ ଏଥିରେ ମୁଣ୍ଡ ପୂରାଇବାକୁ କେବେ ହେଲେ ଚାହାନ୍ତି ନାହିଁ । ସାଥୀ ଖେଳାଳିମାନେ ମଧ୍ୟ ଜାଣିଛନ୍ତି ଏହା ଏକ ମିଛ କଥା ।

ସୂଚନାଯୋଗ୍ୟ, କିଛି ଦିନ ତଳେ ଉଭୟଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଉର୍ବଶୀ ଲେଖିଥିଲେ ଆରପି ନାମକ ଯୁବକ ତାଙ୍କୁ ଭେଟିବା ପାଇଁ ରାତି ଯାକ ଅପେକ୍ଷା କରିଥିଲେ । ଏହାର ଜବାବରେ ପନ୍ତ ଲେଖିଥିଲେ, କେତେକ ଲୋକ ନାମ ଏବଂ ପ୍ରଚାର ପାଇଁ ସବୁ କିଛି କରିପାରିବେ । ମୋତେ ଏକୁଟିଆ ଛାଡିଦିଅ ଭଉଣୀ । ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି୨୦ ବିଶ୍ୱକପ ଅବସରରେ ଉର୍ବଶୀଙ୍କୁ ଟିମ ଇଣ୍ଡିଆକୁ ଚିୟର କରୁଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.