ଭଦ୍ରକ: ଭଦ୍ରକ ଜିଲ୍ଲାର ୨୮ ଜିଲ୍ଲା ପରିଷଦ ଜୋନରୁ ଗତକାଲି ପ୍ରଥମ ଦିନର ଭୋଟ ଗଣତିରେ ୭ବ୍ଲକର ୭ଟି ଜିଲ୍ଲା ପରିଷଦ ଜୋନରୁ ସବୁଯାକ ଜୋନ ବିଜେଡି ପୋଛି ନେଇଛି।
ଚାନ୍ଦବାଲି ବ୍ଲକର ୧ନମ୍ୱର୍ ଜିଲ୍ଲା ପରିଷଦ ଜୋନରୁ ବିଜେଡି ପ୍ରାର୍ଥୀ ପ୍ରିନ୍ସ ରାକେଶ ନାୟକ ୧୫,୨୭୦ ଖଣ୍ଡ ଭୋଟ ପାଇଥିବା ବିଜୟୀ ହୋଇଥିବା ବେଳେ ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ସୁରେଶ ସାହୁ ୧୧୭୯୨ ଖଣ୍ଡ ଭୋଟ ପାଇ ପରାଜିତ ହୋଇଛନ୍ତି।
ସେହିପରି ତିହିଡି ବ୍ଲକର ୬ ନମ୍ୱର ଜିଲ୍ଲା ପରିଷଦ ଜୋନରେ ବିଜେଡି ପ୍ରାର୍ଥୀ ରୁଜାତା ପଣ୍ଡା ୧୨୧୩୪ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଲେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ପ୍ରିୟଙ୍କା ନନ୍ଦ ୯୫୪୦ ଖଣ୍ଡ ଭୋଟ ପାଇ ପରାଜିତ ହୋଇଛନ୍ତି।
ଧାମନଗର ବ୍ଲକର ୫ ନମ୍ବର ଜୋନର ବିଜେଡି ପ୍ରାର୍ଥୀ ଟୁନିବାଲା ବିଶ୍ଵାଳ ୧୪୩୮୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି।
ବନ୍ତ ବ୍ଲକର ୧୪ ନମ୍ୱର ଜିଲ୍ଲା ପରିଷଦ ଜୋନର ବିଜେଡି ପ୍ରାର୍ଥୀ ରୁନିତା ଦାସ୍ ୧୮୬୦୦ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ତାଙ୍କର ନିକଟତମ ପ୍ରାର୍ଥୀ କଂଗ୍ରେସର ସଂଯୁକ୍ତା ଦାସ ୮୧୫୪ ଖଣ୍ଡ ଭୋଟ ପାଇ ପରାଜିତ ହୋଇଛନ୍ତି।
ବାସୁଦେବପୁର ବ୍ଲକର ୧୭ ନମ୍ୱର୍ ଜୋନ ରେ ବିଜେଡି ପ୍ରାର୍ଥୀ ଜୟଶ୍ରୀ ବାରିକ୍ ୧୨୨୨୦ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେପି ପ୍ରାର୍ଥୀ ସଂଧ୍ୟାରାଣୀ ଷଡ଼ଙ୍ଗୀ ୮୦୧୮ ଖଣ୍ଡ ଭୋଟ ପାଇ ପରାଜିତ ହୋଇଛନ୍ତି।
ଭଣ୍ଡାରୀପୋଖରୀ ବ୍ଲକର ୪ ନମ୍ୱର ଜୋନରେ ବିଜେଡି ପ୍ରାର୍ଥୀ ବଦ୍ରିନାରାୟଣ ରାଉତ ୧୪୫୮୭ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି।
ଭଦ୍ରକ ସଦର ବ୍ଲକର ୨୫ ନମ୍ୱର ଜିଲ୍ଲା ପରିଷଦ ଜୋନରେ ବିଜେଡି ପ୍ରାର୍ଥୀ ପ୍ରତିମା ଜେନା ମୋଟ ୧୯୪୯୩ ଖଣ୍ଡ ଭୋଟ ପାଇଥିବା ବିଜୟୀ ହୋଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ପ୍ରଜ୍ଞା ପାରମିତା ଜେନା ୧୨୦୭୫ ଖଣ୍ଡ ଭୋଟ ପାଇଛନ୍ତି। ବିଜେଡି ପ୍ରାର୍ଥୀ ୭ ହଜାର ୪୧୮ ଖଣ୍ଡ ଅଧିକ ଭୋଟ ପାଇଛନ୍ତି।
Comments are closed.