Latest Odisha News

BREAKING NEWS

ଭଦ୍ରକ କଂଗ୍ରେସ ନେତା ନଳିନୀକାନ୍ତ ମହାନ୍ତିଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ

ଭଦ୍ରକ: ଭଦ୍ରକ କଂଗ୍ରେସ ନେତା ନଳିନୀକାନ୍ତ ମହାନ୍ତିଙ୍କ ନାଁରେ ସଙ୍ଗୀନ ଅଭିଯୋଗ । ଭୁବନେଶ୍ୱରରେ ଏକ ଭଡ଼ା ଘରେ ସେ ରହୁଥିବା ସମୟରେ ଘର ମାଲିକକୁ ଭଡ଼ା ନଦେଇ ଜୋରଜବରଦସ୍ତ ରହିବା ଏବଂ ତାଙ୍କୁ ଧମକ ଦେଉଥିବା ଅଭିଯୋଗ ଆଣିଛି ଭଦ୍ରକ ସ୍ୱାଭିମାନ ମଞ୍ଚ । ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି ଘର ମାଲିକ ।

ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ । ଭଦ୍ରକରେ ବଢ଼ୁଛି ରାଜନୈତିକ । କଂଗ୍ରେସ ନେତା ନଳିନୀକାନ୍ତ ମହାନ୍ତି କିଛି ଲୋକଙ୍କ ପଇସା ନଦେଇ ଦାଦାଗିରି ଦେଖାଇବା ପରି ଘଟଣା ମଧ୍ୟ ଏକ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭଦ୍ରକ ସ୍ୱାଭିମାନ ମଞ୍ଚର ସଭାପତି ତାହେର ମହମ୍ମଦ ଅଭିଯୋଗ କରିଛନ୍ତି । ତେଣୁ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।

ଅନ୍ୟପଟେ ଏଭଳି ଅଭିଯୋଗକୁ କଡ଼ା ବିରୋଧ କରିଛନ୍ତି କଂଗ୍ରେସ ନେତା ନଳିନୀକାନ୍ତ ମହାନ୍ତି । ଏହା ଭିତ୍ତିହୀନ ଓ ଉଦ୍ଦେଶ୍ୟମୂଳକ । ଭଦ୍ରକରେ ଚାଲୁଥିବା କୋଟି କୋଟି ଟଙ୍କାର ଦୁର୍ନୀତି ନେଇ ମୁଁ ସ୍ୱର ଉଠାଇଥିବାରୁ ମୋ ବିରୋଧରେ ଏହା ଏକ ଷଡ଼ଯନ୍ତ୍ର କରାଯାଇଛି ବୋଲି କହିଛନ୍ତି କଂଗ୍ରେସ ନେତା ନଳିନୀକାନ୍ତ ମହାନ୍ତି । ଯଦି ମୋ ବିରୁଦ୍ଧରେ କୌଣସି ପ୍ରମାଣ ଅଛି ତାହେଲେ ମୁଁ ଜେଲ ଯିବାକୁ ପ୍ରସ୍ତୁତ କହିବା ସହ ଆଗାମୀ ଦିନରେ ଭଦ୍ରକରେ ହେଉଥିବା ଦୁର୍ନୀତି ବିରୋଧରେ ନିଜ ସଂଗ୍ରାମ ଜାରି ରଖିବେ ବୋଲି ସେ ମନ୍ତବ୍ୟ ଦେଇଛନ୍ତି ।

Leave A Reply

Your email address will not be published.