Latest Odisha News

BREAKING NEWS

ସରପଞ୍ଚ ପଦବୀ ପାଇଁ ନଣନ୍ଦ ଭାଉଜ ଲଢ଼େଇ !

ଭଦ୍ରକ: ନିର୍ବାଚନୀ ମୈଦାନରେ ନଣନ୍ଦ-ଭାଉଜ ଫାଇଟ୍ ।  ଭଣ୍ଡାରିପୋଖରୀର ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳଙ୍କ ବୋହୁ ଲିଲି ଗୋଛାୟତ, ଆଉ ମିନତୀ ମଣ୍ଡଳ ଝିଅ । ଝିଅ ମିନତୀ ମଣ୍ଡଳ ଗାଁରେ ବାହା ହୋଇଥିବା ବେଳେ ଏଥର ନିଜ ଭାଉଜ ବିପକ୍ଷରେ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି ।

ପଞ୍ଚାୟତ ନିର୍ବାଚନ ପାଇଁ ଚାରିଆଡେ ରାଜନୈତିକ ସରଗରମ ବଢ଼ିବାରେ ଲାଗିଛି ।  କ୍ଷମତା ହାସଲ ପାଇଁ ଚାଲିଛି ଜୋରଦାର କ୍ୟାମ୍ପେନ ଆଉ କସରତ ।  କିଛି ପଞ୍ଚାୟତର ପଦବୀ ଦଖଲ ପାଇଁ ନିଜ ସମ୍ପର୍କୀୟ ମାନଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ମଧ୍ୟ ଦେଖିବାକୁ ମିଳିଛି । ସରପଞ୍ଚ କିମ୍ବା ସମିତି ସଭ୍ୟ ପଦବୀ ପାଇଁ ସମ୍ପର୍କୀୟଙ୍କ ମଧ୍ୟରେ ଘମାସାନ ଲଢେଇ ।

କ୍ଷମତା ହାସଲ ପାଇଁ ଭାଇ ଭାଇ, ମାଆ ପୁଅ, ନଣନ୍ଦ ଭାଉଜ ଉଭୟ ନିଜ ନିଜର ପ୍ରତିଦ୍ୱନ୍ଦିତା ଭାବେ ନିର୍ବାଚନୀ ମୈଦାନରେ ଅବତୀର୍ଣ୍ଣ ହୋଇଛନ୍ତି । କିଏ କେଉଁଭଳି ଭାବେ ବିଜୟୀ ହେବେ ସେଥିପାଇଁ ଉଭୟଙ୍କ ମଧ୍ୟରେ ଚାଲିଛି କଡା ଟକ୍କର । ଭୋଟରଙ୍କୁ ମନେଇବା ପାଇଁ ଉଭୟଙ୍କ ଚାଲିଛି ଜୋରଦାର ପ୍ରୟାସ ।

ଏପରି ସ୍ଥଳେ ନଣନ୍ଦ ଓ ଭାଉଜଙ୍କ ଲଢେଇରେ ବୋହୁର ବିଜୟୀ ପାଇଁ ପୂର୍ବତନ ବିଧାୟକ ତଥା ଶ୍ୱଶୁର ଅଣ୍ଟା ଭିଡିଛନ୍ତି । ଅନ୍ୟପଟେ ଝିଅ ମଧ୍ୟ ବିଜୟ ପାଇଁ ନିଜର ବାପାଙ୍କର ତଥା ପୂର୍ବତନ ବିଧାୟକଙ୍କର ଆଶୀର୍ବାଦ ମାଗିଛନ୍ତି ।

ଚଳିତ ପଞ୍ଚାୟତ ନିର୍ବାଚନରେ ମଧ୍ୟ ସମସ୍ତ ଦଳରୁ ସରପଞ୍ଚ ପଦବୀ ପାଇଁ ପ୍ରାର୍ଥୀ ହୋଇଛନ୍ତି । ମୁଖ୍ୟତଃ ନଣନ୍ଦ ଓ ଭାଉଜ ଉଭୟ ପଞ୍ଚାୟତରେ ନିଜ ନିଜର ପ୍ରତିଦ୍ୱନ୍ଦୀ ଭାବେ ସରପଞ୍ଚ ପ୍ରାର୍ଥୀ ଭାବେ ଛିଡା ହୋଇଛନ୍ତି । ନଣନ୍ଦ ମିନତୀ ମଣ୍ଡଳ ଖୋଲା ବହି ଚିହ୍ନରେ ସରପଞ୍ଚ ପ୍ରାର୍ଥୀ ହୋଇଥିବା ବେଳେ ଭାଉଜ ଲିଲି ଗୋଛାୟତ ଛତା ଚିହ୍ନରେ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି ।

ଉଭୟ ଉଭୟଙ୍କର ପ୍ରତିଦ୍ୱନ୍ଦୀ ଭାବେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇ ଭୋଟ ପାଇଁ ଲୋକଙ୍କ ଦ୍ୱାରକୁ ଦ୍ୱାର ବୁଲୁଛନ୍ତି ।

 

Comments are closed.