Latest Odisha News

BREAKING NEWS

ଥାଇଲାଣ୍ଡ ଆନ୍ତର୍ଜାତୀୟ ପାରା ବ୍ୟାଡମିଂଟନ: ଫାଇନାଲରେ ପ୍ରମୋଦ ଭଗତ

ଭୁବନେଶ୍ୱର: ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଓଡିଶାର ପ୍ରମୋଦ ଭଗତ ଥାଇଲାଣ୍ଡ ଆନ୍ତର୍ଜାତୀୟ ପାରା ବ୍ୟାଡମିଂଟନର ଫାଇନାଲରେ ପ୍ରବେଶ କରିଛନ୍ତି । ପୁରୁଷ ଏସଏଲ୩ ସେମିଫାଇନାଲରେ ପ୍ରମୋଦ ଜାପାନର ଡାଇସୁକେ ଫୁଝହାରାଙ୍କୁ ୨୧-୧୨, ୨୧-୧୯ରେ ପରାସ୍ତ କରିଥିଲେ । ପ୍ରଥମ ସେଟରେ ପ୍ରମୋଦ ସହଜରେ ବିଜୟ ହାସଲ କରିଥିଲେ ମଧ୍ୟ ଦ୍ୱିତୀୟ ସେଟରେ ଫୁଝହାରା କଡା ସଂଘର୍ଷ କରିଥିଲେ । ସେ ଫାଇନାଲରେ ଇଂଲଣ୍ଡର ଡାନିଏଲ ବେଥଲଙ୍କୁ ଭେଟିବେ । ବେଥେଲ ଅନ୍ୟ ଏକ ସେମିଫାଇନାଲରେ ଭାରତର ନୀତେଶ କୁମାରଙ୍କୁ ୨୧-୧୧, ୨୧-୧୪ରେ ପରାସ୍ତ କରିଥିଲେ । ପୂର୍ବରୁ ଭଗତ ଲିଗ ପର୍ଯ୍ୟାୟର ସମସ୍ତ ମ୍ୟାଚରେ ବିଜୟ ହାସଲ କରି ଜବରଦସ୍ତ ଫର୍ମରେ ଥିବା ସୂଚନା ଦେଇଥିଲେ । କ୍ୱାର୍ଟରରେ ସେ ୟୁକ୍ରେନର ଓଲେକାସନ୍ଦର ଚାଇରୋକୋଭଙ୍କୁ ହରାଇଥିଲେ ।

ଭାରତର ସୁକାନ୍ତ କଦମ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ସେ କ୍ୱାର୍ଟରରେ ନିଜ ଦେଶର ନୀଲେଶ ବାଲୁ ଗାଏକ୍ୱାଡଙ୍କୁ ପରାସ୍ତ କରିଥିଲେ । ପୁରୁଷ ଡବଲ୍ସ ଏସଏଲ ୩ ଓ ଏସଏଲ ୪ରେ ଭଗତ ଏବଂ କଦମ ଯୋଡି ଜାପାନର ଜୁ ଡୋଙ୍ଗଜାଇ ଓ ଶିନ କ୍ୟାୟଙ୍ଗ ହ୍ୱାନଙ୍କୁ ଦ୍ୱିତୀୟ ରାଉଣ୍ଡର ଭେଟିବେ । ସେମାନେ ପେରୁୁ ରେଞ୍ଜୋ ଡିକ୍ୟୁଜ ବାନସେସ ମୋରାଲେସ ଓ ପେଡ୍ରୋ ପାବଲୋ ଡେ ଭିନାଟେଙ୍କୁ ପରାସ୍ତ କରିଥିଲେ ।

Leave A Reply

Your email address will not be published.