Latest Odisha News

ବୀର ସାୱରକରଙ୍କ ପରେ ସ୍ୱାମୀ ବିବେକାନନ୍ଦଙ୍କୁ ବଦନାମ କରାଯିବ: ଭାଗବତ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପ୍ରମୁଖ ମୋହନ ଭାଗବତ ଆଜି ବୀର ସାୱରକର ପୁସ୍ତକ ଉନ୍ମୋଚନ ଅବସରରେ କହିଛନ୍ତି ଏହା ପରେ ସ୍ୱାମୀ ବିବେକାନନ୍ଦଙ୍କୁ ବଦନାମ କରିବା ପାଇଁ ଉଦ୍ୟମ ଆରମ୍ଭ ହେବ । ସାୱରକରଙ୍କୁ କଂଗ୍ରେସ ଏବଂ ଅନ୍ୟ କେତେକ ଦଳ ଟାର୍ଗେଟ କରୁଥିବାରୁ ସେ ଏହା କହିଛନ୍ତି । ବିବେକାନନ୍ଦ, ସ୍ୱାମୀ ଦୟାନନ୍ଦ ଏବଂ ସ୍ୱାମୀ ଅରବିନ୍ଦଙ୍କୁ ମଧ୍ୟ ସେମାନେ ସମାଲୋଚନା କରିବାକୁ ପଛାଇବେ ନାହିଁ । ଦେଶ ଯୋଡିବା ଯୋଗୁ ଯେଉଁମାନଙ୍କ ରାଜନୈତିକ ଦୋକାନ ବନ୍ଦ ହୋଇଯାଏ ସେମାନେ ଏହି ନୀତି ଆପଣାଇଥାନ୍ତି ।

ସେହିପରି ସୟଦ ଅହମ୍ମଦଙ୍କୁ ମୁସଲିମ ଅସନ୍ତୋଷର ଜନକ ବୋଲି କୁହାଯାଏ । ଏହାର ପ୍ରକୃତ କାରଣ ହେଲା ସେ ଭାରତକୁ ଭଲ ପାଉଥିଲେ । ଏ ଭଳି ଅନେକ ମହାପୁରୁଷ ନାମ ଏବଂ ସେମାନଙ୍କ କାର୍ଯ୍ୟକଳାପ ଲୋକଲୋଚନକୁ ଆସିବା କଥା ବୋଲି ଭାଗବତ କହିଛନ୍ତି ।

Leave A Reply

Your email address will not be published.