Latest Odisha News

ଦିଗପହଣ୍ଡି ଇନ୍ଦିରା ଆବାସ ଛକରେ ବସ ଧକ୍କାରେ ଯୁବକ ମୃତ, ଅନ୍ୟ ଜଣେ ଗୁରୁତର

ବ୍ରହ୍ମପୁର : ବ୍ରହ୍ମପୁର ଦିଗପହଣ୍ଡି ମୁଖ୍ୟ ରାସ୍ତା ଡେଙ୍ଗାଦର ନିକଟ ଇନ୍ଦିରା ଆବାସ ଛକରେ ଦୁର୍ଘଟଣା । ବସ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଏଥିସହ ଅନ୍ୟ ଜଣେ ଆହତ ହୋଇଛନ୍ତି । ତାଙ୍କ ଅବସ୍ଥା ଗୁରୁତର ରହିଛି । କନକ ଦୁର୍ଗା ନାମକ ବସଟି ଦିଗପହଣ୍ଡିରୁ ବ୍ରହ୍ମପୁର ଯାଉଥିବା ବେଳେ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ବାଇକରେ ଥିବା ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ଜଣେ ଆହତ ହୋଇଛନ୍ତି । ଏହାକୁ ନେଇ ଉତ୍ତ୍ୟକ୍ତ ଲୋକେ ଗଜପତି ମୋହନା ରାସ୍ତା ଅବରୋଧ କରିଛନ୍ତି । ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଲୋକଙ୍କୁ ବୁଝାସୁଝା କରୁଛି । ସେହିପରି ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

Leave A Reply

Your email address will not be published.