ବ୍ରହ୍ମପୁର : ବ୍ରହ୍ମପୁର ଦିଗପହଣ୍ଡି ମୁଖ୍ୟ ରାସ୍ତା ଡେଙ୍ଗାଦର ନିକଟ ଇନ୍ଦିରା ଆବାସ ଛକରେ ଦୁର୍ଘଟଣା । ବସ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଏଥିସହ ଅନ୍ୟ ଜଣେ ଆହତ ହୋଇଛନ୍ତି । ତାଙ୍କ ଅବସ୍ଥା ଗୁରୁତର ରହିଛି । କନକ ଦୁର୍ଗା ନାମକ ବସଟି ଦିଗପହଣ୍ଡିରୁ ବ୍ରହ୍ମପୁର ଯାଉଥିବା ବେଳେ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ବାଇକରେ ଥିବା ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ଜଣେ ଆହତ ହୋଇଛନ୍ତି । ଏହାକୁ ନେଇ ଉତ୍ତ୍ୟକ୍ତ ଲୋକେ ଗଜପତି ମୋହନା ରାସ୍ତା ଅବରୋଧ କରିଛନ୍ତି । ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଲୋକଙ୍କୁ ବୁଝାସୁଝା କରୁଛି । ସେହିପରି ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।
BREAKING NEWS
- ମଣିପୁରରେ ପୁଣି ହିଂସା: ଆଖିବୁଜା ଗୁଳିମାଡ଼ରେ ଦୁଇ ମହିଳାଙ୍କ ମୃତ୍ୟୁ, ଜଳିଗଲା ଏକାଧିକ ଫାର୍ମହାଉସ୍
- ସାଉଦି ଆରବକୁ ପାକିସ୍ତାନର ଧୋକା ! : ପାକିସ୍ତାନର ମନା ପରେ ଇସ୍ରାଏଲର ସହାୟତା ଲୋଡ଼ିଲା ସାଉଦି ଆରବ
- ରେଳ ଯାତ୍ରୀଙ୍କ ପାଇଁ ଜରୁରୀ ସୂଚନା: ୩ ଦିନ ପାଇଁ ରାସ୍ତା ମଝିରୁ ଫେରିବ ଏକାଧିକ ମେମୁ ଟ୍ରେନ୍
- ଭାରତକୁ ଫେରିବ ଫର୍ମୂଲା ୱାନ: ସରକାର ଗଠନ କଲେ ଟାସ୍କ ଫୋର୍ସ
- ଚଳିତ ମୌସୁମୀରେ ନୂଆ ରେକର୍ଡ: ବଙ୍ଗୋପସାଗରରେ ସୃଷ୍ଟି ହେଲାଣି ୧୧ଟି ଲଘୁଚାପ
- ମହଙ୍ଗା ଜାଲରେ ଛନ୍ଦି ହେଲାଣି ମଧ୍ୟବିତ୍ତ ପରିବାର: ଦରଦାମ ନିୟନ୍ତ୍ରଣ କରିବାରେ ପ୍ରଶାସନ ଫେଲ୍!
- ଏମକେସିଜି ମେଡିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଅଗ୍ନିକାଣ୍ଡ
- ଟି୨୦ ଆନ୍ତର୍ଜାତୀୟରେ ଜସପ୍ରୀତ ବୁମରାଙ୍କ ବିଶ୍ୱ ରେକର୍ଡ
- ଜନ୍ତର ମନ୍ତର ହିଂସା ମାମଲାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ସ୍ୱତନ୍ତ୍ର ଭରଦ୍ୱାଜଙ୍କୁ ଜାମିନ ପ୍ରଦାନ କଲେ ପଟିଆଲା ହାଉସ କୋର୍ଟ
- ୟୁପିଆଇ କାରବାର ନେଇ ନୂଆ ନିୟମ:ଜାଣନ୍ତୁ ନୂଆ ସ୍ଲାବ୍

Comments are closed.