Latest Odisha News

ବଲିଉଡ୍ ଭାଇଜାନଙ୍କୁ ୫୭ ବର୍ଷ, ଭଉଣୀ ଓ ଭାଣିଜୀ ସହ ପାଳିଲେ ଜନ୍ମଦିନ

ମିଡିଆପର୍ସନଙ୍କ ସହିତ ବି ସେ କେକ୍ କାଟିଥିଲେ

ମୁମ୍ୱାଇ: ଆଜି ଭାଇଜାନଙ୍କ ବାର୍ଥ ଡେ। ୫୭ ବର୍ଷରେ ପାଦ ଦେଲେ ବଲିଉଡ୍ ଆକ୍ଟର ସଲମାନ ଖାଁ। ବିଳମ୍ୱିତ ରାତି ଯାଏଁ ଜନ୍ମ ଦିନ ପାଳନ କରିଛନ୍ତି ବିଗ୍ ବସ୍। ଭଉଣୀ ଅର୍ପିତା ଖାନ ଶର୍ମାଙ୍କ ଘରେ ପାର୍ଟି ଆୟୋଜନ ହୋଇଥିଲା। ବହୁ ବଲିଉଡ୍ କଳାକାର ଏଥିରେ ସାମିଲ ହୋଇଥିଲେ। ଅର୍ପିତା ଓ ଆୟୁଷ ଶର୍ମାଙ୍କ ଝିଅ ଆୟତ ଶର୍ମା ବି ସଲମାନଙ୍କ ସହିତ ନିଜର ବାର୍ଥ ଡେ ପାଳନ କରିଥିଲେ। ଦୁହିଁଙ୍କ ଜନ୍ମଦିନ ଗୋଟିଏ ଦିନ ହୋଇଥିବାରୁ ପୂରା ପରିବାର ଏକ ସହ ଖୁସି ମନାଇଛନ୍ତି। ମିଡିଆପର୍ସନଙ୍କ ସହିତ ବି ସେ କେକ୍ କାଟିଥିଲେ।

 

View this post on Instagram

 

A post shared by Instant Bollywood (@instantbollywood)

ବାର୍ଥ ଡେ ପାର୍ଟିରେ ସଲମାନ ବ୍ଲାକ ଜିନ୍ସ ଓ ବ୍ଲାକ ଟି-ସାର୍ଟ ପିନ୍ଧିଥିଲେ।  ସଲମାନ ଖାଁ ନିକଟରେ ନିଜ ଆଗାମୀ ଫିଲ୍ମ “କିସିକା ଭାଇ କିସିକି ଜାନ୍” ଫିଲ୍ମର ସୁଟିଂ ଶେଷ କରିଛନ୍ତି। ଫରହାଦ୍ ସାମଜୀ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ପୂଜା ହେଗଡେ, ଭେଙ୍କେଟେଶ ଦଗୁବାତୀ ମୁଖ୍ୟ ଭୂମିକାରେ ରହିଛନ୍ତି। ଶହନାଜ ଗିଲ୍, ପଲକ ତିଓ୍ୱାରୀ ଓ ବିଜେନ୍ଦ୍ର ସିଂ ବି ଫିଲ୍ମରେ ଦେଖିବାକୁ ମିଳିବେ। ଆସନ୍ତା ବର୍ଷ ଫିଲ୍ମ ରିଲିଜ୍ ହେବ।

Comments are closed.