Latest Odisha News

BREAKING NEWS

ଆଜିଠୁ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା, ଜାନୁଆରୀ ୬ ତାରିଖ ଯାଏଁ ଦୁଲୁକିବ ମୁକ୍ତାକାଶ ରଙ୍ଗମଞ୍ଚ

ବରଗଡ: ଆଜିଠାରୁ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଆରମ୍ଭ ହେବ। ସନ୍ଧ୍ୟାରେ ୭୫ତମ ଧନୁଯାତ୍ରା ଉଦଘାଟନ ହେବ। ଏଥର ହୀରକ ଜୟନ୍ତୀ ଥିବାରୁ ଖୁବ ଜାକଜମକରେ ଧନୁଯାତ୍ରା ପାଳନ ହେବ। ଦୀର୍ଘ ୧୧ ଦିନ ଧରି ଚାଲିବ କଂସରାଜଙ୍କ ରାଜୁତି। ଦୁଇ ବର୍ଷ ପରେ ଚମକିବ ମୁକ୍ତାକାଶ ରଙ୍ଗମଞ୍ଚ। କରୋନା ମହାମାରୀ ପାଇଁ ବନ୍ଦ ଥିଲା ଧନୁଯାତ୍ରା।

ବରଗଡ ସହର ଆଜି ପାଲଟିବ ମଥୁରା ନଗରୀ। ଆମ୍ୱପାଲି ପାଲଟିବ ଗୋପପୁର, ଜିରା ନଈ ଯମୁନା ହେବାକୁ ଥିବାବେଳେ ପୌରାଣିକ ଚରିତ୍ରରେ ରହିବେ ବରଗଡବାସୀ। ଧନୁଯାତ୍ରା ପାଇଁ ପୂରା ଜିଲ୍ଲା ଚଳଚଞ୍ଚଳ ହୋଇଉଠିଛି।

ଜାନୁଆରୀ ୬ ତାରିଖରେ ଯାତ୍ରା ସରିବ। ହୃଷିକେଶ ଭୋଇ କଂସ ଭୂମିକାରେ ଅଭିନୟ କରିବେ। ଏଥିପାଇଁ ଆବେଦନ କରିଥିଲେ ୬୦ ଜଣ କଳାକାର। ଭୋଟ ମାଧ୍ୟମରେ ତାଙ୍କୁ କଂସ ଭାବେ ଚୟନ କରାଯାଇଛି। ତେବେ ଏବର୍ଷ ବଳରାମ ଭୂମିକା କରିବାକୁ ଥିବା ଶ୍ରେୟସ ପୁଜାରୀଙ୍କ ମୃତ୍ୟୁ ସମସ୍ତ କଳାକାରଙ୍କୁ ଦୁଃଖ ଦେଇଛି।

Leave A Reply

Your email address will not be published.