Latest Odisha News

କ୍ୟାନ୍ସର ସହ ଲଢି ଆଖି ବୁଜିଲେ ଅଭିନେତ୍ରୀ ଭୈରବୀ ବୈଦ୍ଦ

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିରୁ ଆସିଲା ଦୁଃଖଦ ଖବର । ବିଶିଷ୍ଟ ଅଭିନେତ୍ରୀ ଭୈରବୀ ବୈଦ୍ଦଙ୍କ ୬୭ ବୟସରେ ନିଧନ ହୋଇଯାଇଛି । ତାଙ୍କର ମୃତ୍ୟୁ ଖବର ଭୈରବୀଙ୍କ କୋ-ଷ୍ଟାର ସୁରଭି ଦାସ ଦେଇଛନ୍ତତ । ଉଭୟ ‘ନିମା ଡେଞ୍ଜୋଗପା’ ସିରିଏଲରେ ଏକାଠି କାମ କରୁଥିଲେ ।

BjdElectrycity

ସୁରଭି ଭୈରବୀଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରି କହିଛନ୍ତି, ‘ନିମା ଡେଞ୍ଜୋଗପା’ ସିରିଏଲ ସମୟରେ ଉଭୟେ କଟାଇଥିବା ସମୟ ଖୁବ ଭଲ ଥିଲା । ତେବେ ଭୈରବୀଙ୍କର ଏପରି ଅଚାନକ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ଭୈରବୀଙ୍କ ସ୍ମୃତିରେ ସମସ୍ତେ ଦୁଃଖରେ ଭାଙ୍ଗି ପଡିଛନ୍ତି ।

ମିଡିଆ ରିପୋର୍ଟ ଅନୁସାରେ, ଭୈରବୀ ବହୁତ ଦିନ ଧରି ରୋଗରେ ପଡିଥିଲେ । ସେ ମାସ ମାସ ଧରି କ୍ୟାନ୍ସର ସହ ଲଢୁଥିଲେ ।

ଭୈରବୀ ଦୀର୍ଘ ୪୫ ବର୍ଷ ଧରି ଅଭିନୟ ଜଗତ ସହ ଜଡିତ ଥିଲେ । ସେ ଗୁଜୁରାଟୀ, ହିନ୍ଦୀ ଫିଲ୍ମ ଏବଂ ଟିଭି ସୋରେ କାମ କରୁଥିଲେ । ଫ୍ୟାନ୍ସ ମାନେ ତାଙ୍କୁ ଶେଷ ଥର ପାଇଁ ‘ନିମା ଡେଞ୍ଜୋଗପା’ରେ ଦେଖିଥିଲେ । ହସରତେଁ ଏବଂ ମହୀସାଗର ପରି ଶୋରେ ଭୈରବୀଙ୍କ ଅଭିନୟକୁ ଲୋକେ ବେଶ ପସନ୍ଦ କରିଥିଲେ ।

ଐଶ୍ୱର୍ଯ୍ୟା ରାୟ, ଅନିଲ କପୁର ଏବଂ ଅକ୍ଷୟ ଖନ୍ନାଙ୍କ ଫିଲ୍ମ ‘ତାଲ’ରେ ଭୈରବୀ ବଲିଉଡରେ ଡେବ୍ୟୁ କରିଥିଲେ । ଏଥିରେ ସେ ଜାନକୀ ଭୂମିକାରେ ଅଭିନୟ କରିଥିଲେ । ସଲମାନଙ୍କ ଚୋରି ଚୋରି ଚୁପକେ ଚୁପକେରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ । ଭୈରବୀ ତାଙ୍କର ଦମଦାର ଆକ୍ଟିଂ ପାଇଁ ବେଶ ପରିଚିତ ଥିଲେ ।

ସୋସିଆଲ ମିଡିଆରେ ଫ୍ୟାନ୍ସମାନେ ତାଙ୍କୁ ସଶ୍ରଦ୍ଧ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

Leave A Reply

Your email address will not be published.