Latest Odisha News

BREAKING NEWS

ଅଲ୍ ଇଣ୍ଡିଆ ପୋଲିସ ଗେମରେ ଗୋଲଡ଼ ମେଡାଲ ପାଇଲେ ଓଡ଼ିଆ ପୁଅ ଅକ୍ଷୟ ମଲ୍ଲିକ

ଯାଜପୁର: ଅଲ୍ ଇଣ୍ଡିଆ ପୋଲିସ ଗେମରେ ଗୋଲଡ଼ ମେଡାଲ ପାଇଲେ ଓଡ଼ିଆ ପୁଅ। ରାଜ୍ୟ ତଥା ଜିଲ୍ଲା ପାଇଁ ଏଭଳି ସଫଳତା ଓ ସୁନାମ ଆଣିପାରିଛନ୍ତି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ପାଇକରାପୁର ଗ୍ରାମର ଅକ୍ଷୟ ମଲ୍ଲିକ। ଅକ୍ଷୟ ଓଆଇଏସଏଫରେ କାର୍ଯ୍ୟ କରୁଥିବା ବେଳେ ପିଲା ବେଳୁ ତାଙ୍କର ବଡି ବିଲଣ୍ଡିଙ୍ଗ ପ୍ରତି ରହିଥିଲା ଆଗ୍ରହ। ହରିୟାଣାରେ ଅନୁଷ୍ଠିତ ହୋଇଥିବା ୭୨ତମ ଅଲ୍ ଇଣ୍ଡିଆ ପୋଲିସ ଗେମରେ ଓଡିଶାରୁ ପ୍ରତିନିଧିତ୍ୱ କରୁଥିବା ଅକ୍ଷୟ ମଲ୍ଲିକଙ୍କୁ ମିଳିଛି ସଫଳତା।

ସେ ଗୋଲଡ଼ ମେଡାଲ ହାତେଇ ପାରିଛନ୍ତି। ତାଙ୍କର ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଂଶସାର ସୁଅ ଛୁଟୁଛି। ନିଜ ଗ୍ରାମରେ ପହଁଚିବା ପରେ ତାଙ୍କୁ ଛତିଆଠାରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଆଗାମୀ ଦିନରେ ଅନ୍ତର୍ଜାତୀୟସ୍ତରରେ ଖେଳି ଓଡିଶା ପାଇଁ ସୁନାମ ଆଣିବା ପାଇଁ ଲକ୍ଷ୍ୟ ରଖିଛନ୍ତି।

Leave A Reply

Your email address will not be published.