Latest Odisha News

BREAKING NEWS

ଭୟୁ ମହାରାଜା ଆତ୍ମହତ୍ୟା କେସ: ଦଣ୍ଡିତ ହେଲେ ସେବାଦାର ବିନାୟକ, ଶରଦ, ପଲକ

ଇନ୍ଦୋର: ମଧ୍ୟପ୍ରଦେଶର ସନ୍ଥ ଭୟୁ ମହାରାଜା ଆତ୍ମହତ୍ୟା ମାମଲାର ଆଜି ଶୁଣାଣୀ ହୋଇଛି । ସନ୍ଥଙ୍କ ଦୁଃଖଦ ଅନ୍ତ ପଛରେ ଅତି ନିଜର ବୋଲାଉଥିବା ସେବାଦାର ବିନାୟକ, ଡ୍ରାଇଭର ଶରଦ ଓ କେୟାରଟେକର ପଲକ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । କୋର୍ଟ ସେମନଙ୍କୁ ୬ ବର୍ଷ ଲେଖାଁଏ ଜେଲଦଣ୍ଡ ଶୁଣାଇଛନ୍ତି । ଅର୍ଥ ପାଇଁ ସେମାନେ ମହାରାଜାଙ୍କୁ ଏତେ ମାତ୍ରାରେ ମାନସିକ ଯନ୍ତ୍ରଣା ଦେଇଥିଲେ ଯେ, ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ । ସାଢ଼େ ୩ ବର୍ଷ ପରେ ଏହି ବହୁ ଚର୍ଚ୍ଚିତ କେସର ଶୁଣାଣୀ ହୋଇଛି ।

ମଡେଲରୁ ଲୋକପ୍ରିୟ ବାବା ପାଲଟିଥିବା ଭୟୁ ମହାରାଜା ୨୦୧୮ ଜୁନ ୧୨ରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲେ । ଯେଉଁମାନଙ୍କୁ ସେ ଅତି ନିଜର କରି ପାଖରେ ରଖିଥିଲେ ସେମାନେ ତାଙ୍କୁ ବ୍ଲାକମେଲ କରୁଥିଲେ । ଶେଷରେ ନିରାଶ ହୋଇ ସେ ଏହି ପଦକ୍ଷେପ ଗ୍ରହଣ କରିଥିଲେ ।

Comments are closed.