Latest Odisha News

BREAKING NEWS

ୟେଦିୟୁରପ୍ପାଙ୍କ ନାତୁଣୀର ମୃତଦେହ ଉଦ୍ଧାର କଲା ପୋଲିସ

ବାଙ୍ଗୋଲୋର: ଆଜି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଏସ୍ ୟେଦିୟୁରପ୍ପାଙ୍କ ନାତୁଣୀର ମୃତ ଦେହ ଉଦ୍ଧାର କରିଛି ପୋଲିସ । ୟେଦିୟୁରପ୍ପାଙ୍କ ନାତୁଣୀର ମୃତ ଦେହ ବେଙ୍ଗାଲୁରୁର ଏକ ଘରୋଇ ଆପାର୍ଟମେଣ୍ଟରେ ଝୁଲୁଥିଲା । ପୋଲିସ ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିବା ଜଣାପଡ଼ିଛି ।

ପୋଲିସ ସୂଚନା ଅନୁସାରେ, ୟେଦିୟୁରପ୍ପାଙ୍କ ନାତୁଣୀ ସୌନ୍ଦର୍ଯ୍ୟା ଏକ ଘରୋଇ ଡାକ୍ତରଖାନାରେ କାର୍ଯ୍ୟ କରୁଥିଲେ । ହେଲେ ସୌନ୍ଦର୍ଯ୍ୟା ଏଭଳି ପଦକ୍ଷେପ ନେବାର କୌଣସି କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ୨୦୧୮ ମସିହରେ ସେହି ଏକା ଡାକ୍ତରଖାନାରେ କାମ କରୁଥିବା ଡକ୍ଟର ନୀରଜଙ୍କୁ ସୌନ୍ଦର୍ଯ୍ୟା ବିବାହ କରିଥିଲେ ବୋଲି ପୋଲିସ କହିଛି ।

ନୀରଜ ଆଜି ଡାକ୍ତରଖାନା ଯିବା ପରେ ସୌନ୍ଦର୍ଯ୍ୟା ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି । ତେବେ ତାଙ୍କ ଘରେ କାମ କରୁଥିବା ଚାକରାଣୀ ଘରୁକୁ ଆସି ବାରମ୍ବାର କବାଟ ବାଡେଇଥିଲେ କିନ୍ତୁ କବାଟ ଖୋଲି ନଥିଲା । ପରେ ଫୋନ ଯୋଗେ ଘଟଣା ସମ୍ପର୍କରେ ଚାକରାଣୀ ଜଣକ ନୀରଜଙ୍କୁ ଜଣାଇଥିଲେ । ପରେ କବାଟ ଭାଙ୍ଗି ସୌନ୍ଦର୍ଯ୍ୟାଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଥିଲା ।

Comments are closed, but trackbacks and pingbacks are open.