Latest Odisha News

BREAKING NEWS

ଆସନ୍ତାକାଲି ଭଞ୍ଜସେନା ପକ୍ଷରୁ ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା

ମୟୂରଭଞ୍ଜ (ମଳୟ ମହାପାତ୍ର): ଆସନ୍ତାକାଲି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ । ଶିମିଳିପାଳ ଜାତୀୟ ଉଦ୍ୟାନରେ ନିଆଁ ଲିଭାଇବାରେ ବିଫଳତାକୁ ନେଇ ବନ୍ଦ ଡାକରା ଦେଇଛି ଅଣରାଜନୈତିକ ଯୁବ ଓ ଛାତ୍ର ସଙ୍ଗଠନ ଭଞ୍ଜସେନା । ଆସନ୍ତାକାଲି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ରହିବ । ଏହି ବନ୍ଦରୁ ସମସ୍ତ ଜରୁରୀକାଳୀନ ସେବା ଗୁଡିକୁ ବାଦ ଦିଆଯାଇଛି ।

ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗି ଚାଲିଥିବା ବେଳେ, ଲିଭିବାର ନାଁ ଧରୁନି । ଆଜି ଶିମିଳିପାଳ ଉତ୍ତର ଜୋନରେ ଥିବା ୬ଟି ରେଞ୍ଜର ୧୨ଟି ବିଟ୍ ଅଞ୍ଚଳର ୯୩ଟି ସ୍ଥାନରେ ନିଆଁ ଲାଗିଛି । ସେଥିମଧ୍ୟରୁ ବରେହିପାଣି ରେଞ୍ଜରେ ୩ଟି ବିଟ୍, ଗୁଡୁଗୁଡ଼ିଆ ରେଞ୍ଜରେ ୩ଟି, ତାଲବନ୍ଧ ରେଞ୍ଜରେ ୨ଟି, କେନ୍ଦୁମୁଣ୍ଡି ରେଞ୍ଜରେ ୨ଟି, ଚହଲା ଓ ନଅଣା ରେଞ୍ଜରେ ଗୋଟିଏ ଲେଖାଏଁ ବିଟ୍ ଅଞ୍ଚଳରେ ମୋଟ୍ ୯୩ଟି ସ୍ଥାନରେ ନିଆଁ ଲାଗିଛି ।

ଶିମିଳିପାଳରେ ଲାଗିଥିବା ନିଆଁ ଲିଭାଇବା ପାଇଁ ବନ ବିଭାଗ ସହ ଅଗ୍ନିଶମ ବିଭାଗର ୪ଟି ଟିମ୍ ନିୟୋଜିତ ଅଛନ୍ତି । ଏଥିସହ ବାଲେଶ୍ବରରୁ ୨୬ ଜଣିଆ ଓଡ୍ରାଫ୍ ଟିମ୍ ମଧ୍ୟ ନିୟୋଜିତ ହୋଇଛନ୍ତି । ହେଲେ ନିଆଁକୁ ଆୟତ୍ତ କରାଯାଇ ପାରୁନାହିଁ । ଶିମିଳିପାଳରେ ନିଆଁ ଲିଭାଇବାରେ ବିଫଳତାକୁ ନେଇ ଭଞ୍ଜସେନା ଏହି ବନ୍ଦ ଡାକରା ଦେଇଛି ।

Leave A Reply

Your email address will not be published.