Latest Odisha News

‘ସରକାର ମୋତେ ରୋଜଗାର ଦିଅ’ ନାରା ଦେଇ ଭଞ୍ଜସେନାର ଗଣଧାରଣା

ମୟୁରଭଞ୍ଜ: ପର୍ଯ୍ୟଟନ ଶିଳ୍ପ ମାଧ୍ୟମରେ ଜିଲ୍ଲାର ଲକ୍ଷାଧିକ ବେକାର ଯୁବକ, ଯୁବତୀଙ୍କୁ ଆତ୍ମନିର୍ଭରଶୀଳ କରାଇବା ଦାବି ନେଇ ଭଞ୍ଜସେନା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି।

ପର୍ଯ୍ୟଟନ ଶିଳ୍ପ ହିଁ ଏକମାତ୍ର ଶିଳ୍ପ ଯେଉଁଥିରେ କମ ପୁଞ୍ଜିନିବେଶରେ ବହୁମାତ୍ରାରେ ନିଯୁକ୍ତି ସୃଷ୍ଟି କରାଯାଇପାରିବ। ଏଥିରେ ଅନେକ ଲୋକ ରୋଜଗାରକ୍ଷମ ହୋଇପାରିବେ। ପ୍ରକୃତିର ବରଦାନ ସଦୃଶ ସୌନ୍ଦର୍ଯ୍ୟରେ ଭରା ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳ ଏବଂ ଏହାର ଚତୁପାଶ୍ୱର୍ରେ ରହିଛି ପର୍ଯ୍ୟଟନସ୍ଥଳୀ। ଏହି ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ବିକଶିତ କରିବା ସହିତ ସେହି ସ୍ଥାନକୁ ଗମନାଗମନ ସୁବିଧା କଲେ ଦେଶ, ବିଦେଶରୁ ବହୁ ପର୍ଯ୍ୟଟକ ପ୍ରତିଦିନ ଜିଲ୍ଲାକୁ ଆଗମନ କରିବେ। ଯାହାଦ୍ୱାରା ସମଗ୍ର ଜିଲ୍ଲାର ଅର୍ଥନୈତିକ ବିକାଶ ଘଟିବ। ଏହାସହ ଜିଲ୍ଲାର ବେକାର ଯୁବକ ଯୁବତୀ ପର୍ଯ୍ୟଟନ ଶିଳ୍ପ ମାଧ୍ୟମରେ ଆତ୍ମନିର୍ଭରଶୀଳ ହୋଇପାରିବେ।

ମାତ୍ର ଏ ବାବଦରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଅବଗତ ଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନାହାନ୍ତି। ଯାହାକୁ ନେଇ ଅଣରାଜନୈତିକ ସଙ୍ଗଠନ ଭଞ୍ଜସେନା ମୟୁରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ‘ସରକାର ମୋତେ ରୋଜଗାର ଦିଅ’ ନାରା ଦେଇ ଗଣଧାରଣା ପ୍ରଦର୍ଶନ କରିଛି।

Comments are closed.