Latest Odisha News

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ବିରୋଧ କରି ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଗରେ ବିକ୍ଷୋଭ

ବାରିପଦା: ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ବିରୋଧ କରି ବିକ୍ଷୋଭ । ଜିଲ୍ଲାର ଅଗ୍ରଣୀ ଯୁବଛାତ୍ର ସଂଗଠନ ଭଞ୍ଜସେନା ପକ୍ଷରୁ ଗଣ ବିକ୍ଷୋଭ କରାଯାଇଛି । ବାରମ୍ବାର ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁର ଅଭିଯୋଗ ଆସୁଛି । ଏପରିକି ଡାକ୍ତର ମାନେ ସପ୍ତାହକୁ ୪ ଦିନ ଚିକିତ୍ସା କରୁଥିବା ବେଳେ ଆଉ ୩ ଦିନ ଛୁଟିରେ ରହି ଘରୋଇ ଚିକିତ୍ସାଳୟରେ ରୋଗୀ ଦେଖୁଥିବା ଅଭିଯୋଗ ହେଉଛି ।

ଏନେଇ ଅଭିଯୋଗ ପରେ ବି ସୁପରିଟେଣ୍ଡେଣ୍ଟ କୌଣସି ପଦକ୍ଷେପ ନ ନେବା ଦୁର୍ଭାଗ୍ୟଜନକ ବୋଲି ଅଭିଯୋଗ କରିଛି ଭଞ୍ଜସେନା । ତୁରନ୍ତ ୭ ଦିନ ମଧ୍ୟରେ ସୁପରିଟେଣ୍ଡେଣ୍ଟକୁ ବହିଷ୍କାର ଦାବି କରିଛି ସଂଗଠନ । ସରକାର ତୁରନ୍ତ କୌଣସି ପଦକ୍ଷେପ ନ ନେଲେ ସଂଗଠନ ପକ୍ଷରୁ ମୟୂରଭଞ୍ଜ ବନ୍ଦ ଡାକରା ଦିଆଯିବ ବୋଲି କହିଛନ୍ତି ଭଞ୍ଜସେନାର ଜିଲ୍ଲା ସଭାପତି ପିଣ୍ଟୁ ମାଇତି ।

Leave A Reply

Your email address will not be published.