Latest Odisha News

BREAKING NEWS

ଡିଲ୍ ବେଳେ ମାଡ଼ି ବସିଲା STF, କଲରାପତରିଆ ବାଘ ଛାଲ ଜବତ

ଭୁବନେଶ୍ୱର: ପୁଣି କଲରାପତରିଆ ବାଘ ଛାଲ ଜବତ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବନ କର୍ମଚାରୀଙ୍କ ସହାୟତାରେ STF କରିଥିବା ରେଡକୁ ସଫଳତା ମିଳିଛି । କନ୍ଧମାଳ ଜିଲ୍ଲା ଟିକାବାଲି ବ୍ରାହ୍ମଣୀପଡ଼ା ଗାଁରୁ ଏକ କଲରାପତରିଆ ବାଘ ଛାଲ ଜବତ କରାଯାଇଛି । ମାମଲାରେ ବ୍ରାହ୍ମଣୀପଡ଼ା ଗାଁର ବିରେନମିତ୍ର ନାଏକଙ୍କୁ ଗିରଫ କରାଯାଇଛି ।

ବାଘ ଛାଲ ସହ ଅନ୍ୟ ଅପରାଧିକ ସାମଗ୍ରୀ ମିଳିଛି ଅଭିଯୁକ୍ତଙ୍କ ଠାରୁ । ଜବତ ବାଘ ଛାଲକୁ ଏସଟିଏଫ୍ ବନ ବିଭାଗକୁ ହସ୍ତାନ୍ତର କରି ତଦନ୍ତ ଜାରି ରଖିଛି । ଗତ ମାସ ମଧ୍ୟରେ କୋରାପୁଟ ଜିଲ୍ଲାର ରାମଗିର ଗୁପ୍ତେଶ୍ୱର ଗେଟ୍ ନିକଟରୁ ଏସଟିଏଫ୍ କଲରାପତରିଆ ବାଘ ଛାଲ ଜବତ କରିବା ସହ ଜଣଙ୍କୁ ଗିରଫ କରିଥିଲା ଏସଟିଏଫ୍ ।

Leave A Reply

Your email address will not be published.