Latest Odisha News

BREAKING NEWS

ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ ଭଞ୍ଜନଗର ବନ୍ଦ

ଭଞ୍ଜନଗର : ତେଜିଲା ଭଞ୍ଜନଗର ଜିଲ୍ଲା ମାନ୍ୟତା ଦାବି । ଆଜି ୧୨ ଘଣ୍ଟିଆ ଭଞ୍ଜନଗର ବନ୍ଦ ପାଳନ କରାଯାଉଛି । ଘୁମୁସର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି । ସକାଳ ୬ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବନ୍ଦ ପାଳନ ପାଇଁ ଆହ୍ୱାନ ଦିଆଯାଇଛି ।

ଏହି ବନ୍ଦ ପାଳନ ଯୋଗୁଁ ସାଧାରଣ ଲୋକଙ୍କ ଉପରେ ପ୍ରଭାବ ପଡ଼ିଛି । ବସ୍‌ ଚଳାଚଳ ଠପ୍‌ ହୋଇଛି ଏଥିସହ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ମଧ୍ୟ ବନ୍ଦ ରହିଛି । ପୂର୍ବରୁ ଜିଲ୍ଲା ମାନ୍ୟତା ଦାବିରେ ବହୁବାର ଘୁମୁସର କ୍ରିୟାନୁଷ୍ଠାନ କମିଟି ଦାବି କରିଆସୁଥିଲା । ହେଲେ ଏଥିପ୍ରତି ସରକାର ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ତେଣୁ ଆଜି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ  ୧୨ ଘଣ୍ଟିଆ ଭଞ୍ଜନଗର ବନ୍ଦ ପାଳନ କରାଯାଉଛି । ଏହି ବନ୍ଦ ଡାକରାକୁ କଂଗ୍ରେସ, ବିଜେପି, ସାମାଜିକ ସଂଗଠନ, ସାମ୍ବାଦିକ ସଂଘ ସମର୍ଥନ ଜଣାଇଛନ୍ତି ।

Comments are closed.