Latest Odisha News

BREAKING NEWS

ଭାରତ ବନ୍ଦ: ବୁଧବାର ସ୍କୁଲ ବନ୍ଦ ନେଇ ଜିଲ୍ଲାପାଳ ନିଜ ଜିଲ୍ଲାରେ ନେବେ ନିଷ୍ପତ୍ତି

ଭୁବନେଶ୍ୱର: ବୁଧବାର ଦିନ ଭାରତ ବନ୍ଦ ଜାରି ରହୁଥିବା ଯୋଗୁଁ ଓଡ଼ିଶାର ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ ନିଜ ଜିଲ୍ଲାରେ ସ୍ଥିତି ପରଖି ବନ୍ଦ ଘୋଷଣା କରିପାରିବେ ବୋଲି ଜଣାପଡ଼ିଛି । ଏସମ୍ପର୍କରେ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଓଡ଼ିଶାର ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଦେଶର ୧୦ଟି ପ୍ରମୁଖ ଟ୍ରେଡ଼ ୟନିୟନ ପକ୍ଷରୁ ମଙ୍ଗଳବାର ଓ ବୁଧବାର ଏହି ଦୁଇଦିନ ଧରି ବନ୍ଦ ଡ଼ାକରା ଦିଆଯାଇଥିଲା । ମଙ୍ଗଳବାର ଦିନ ଏହି ବନ୍ଦପାଳନ ଦେଶବ୍ୟାପୀ ଆନ୍ଦୋଳନକାରୀମାନେ ଜାରି ରଖିଥିବା ଯୋଗୁଁ ବୁଧବାର ଦିନ ମଧ୍ୟ ବନ୍ଦ ପାଳନ ହେଉଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ଦିନ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିବ ବୋଲି ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଘୋଷଣା କରିଥିଲେ । ଏହା ସହିତ ବୁଧବାର ଦିନ ସ୍କୁଲ ଛୁଟି ହେବା ନେଇ ମଙ୍ଗଳବାର ଦିନ ଘୋଷଣା ହେବ ବୋଲି ସୂଚନା ପ୍ରଦାନ କରିଥିଲେ । ତେଣୁ ମଙ୍ଗଳବାର ଦିନ ଓଡ଼ିଶାର ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ପାଳନ ସମୟରେ ବନ୍ଦ ରହିଥିବା ଲକ୍ଷ୍ୟ କରାଯାଇଥିଲା ।

ଇତିମଧ୍ୟରେ ଏହି ଘୋଷଣା ହେବା ପରେ ବାଲେଶ୍ୱର, ପୁରୀ, ମୟୁରଭଞ୍ଜ, ଜଗତସିଂହପୁର, ଯାଜପୁର, କନ୍ଧମାଳ, ନୂଆପଡ଼ା, ସୁନ୍ଦରଗଡ଼, କେଉଁଝର, କଟକ, କେନ୍ଦ୍ରାପଡ଼ା, ବଲାଙ୍ଗୀର, ବରଗଡ଼, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ଅନୁଗୁଳ, ଗଜପତି, ଖୋର୍ଦ୍ଧା, ଓ ସମ୍ବଲପୁର ଜିଲ୍ଲାର ଜିଲ୍ଲାପାଳମାନେ ଜିଲ୍ଲାର ସମସ୍ତ ସ୍କୁଲ, କଲେଜ ଗୁଡ଼ିକ ବନ୍ଦ ରହିବ ବୋଲି ନିଷ୍ପତ୍ତି ନେଇଛନ୍ତି ।

Leave A Reply

Your email address will not be published.