ନୂଆଦିଲ୍ଲୀ: ଆସନ୍ତାକାଲି କେନ୍ଦ୍ର ଟ୍ରେଡ଼ ୟୁନିୟନ ଦ୍ଵାରା ଦିଆଯାଇଥିବା ଭାରତ ବନ୍ଦ ଡାକରାରେ ବ୍ୟାଙ୍କ ସେବା ବାଧାପ୍ରାପ୍ତ ହେବା ନେଇ ସମ୍ଭାବନା ସୃଷ୍ଟି ହୋଇଛି ।
ଏହି ବନ୍ଦରେ ବିଭିନ୍ନ ବ୍ୟାଙ୍କ କର୍ମଚାରୀ ୟୁନିଅନ ସାମିଲ ହେବାର ଇଚ୍ଛା ବ୍ୟକ୍ତ କରିଛନ୍ତି । ତେଣୁ ବ୍ୟାଙ୍କରେ ଟଙ୍କା ଜମା, ଟଙ୍କା ଉଠାଇବା ଓ ଚେକ କ୍ଲିଅର କରିବା ଆଦି ସେବା ଗୁଡିକ ପ୍ରଭାବିତ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।
ଅନ୍ୟପଟେ ପ୍ରାଇଭେଟ ସେକ୍ଟରରେ ବ୍ୟାଙ୍କ ସେବା ପ୍ରଭାବିତ ହେବାର ସମ୍ଭାବନା ନାହିଁ । ଏଟିଏମ୍ ଗୁଡିକ ମଧ୍ୟ ସ୍ୱାଭାବିକ ଭାବେ କାର୍ଯ୍ୟ କରିବା ନେଇ ଆଶା କରାଯାଉଛି ।
ମିଳିଥିବା ସୂଚନା ଅନୁସାରେ, ଅଧିକାଂଶ ବ୍ୟାଙ୍କ ପୂର୍ବରୁ ହିଁ ଷ୍ଟକ୍ ଏକ୍ସଚେଞ୍ଚ ଗୁଡିକୁ ବନ୍ଦ ଯୋଗୁଁ ବ୍ୟାଙ୍କ ସେବାରେ ଏହାର ପ୍ରଭାବ ସମ୍ପର୍କରେ ସୂଚନା ଦେଇସାରିଛନ୍ତି ।
Comments are closed.