କେନ୍ଦୁଝର: କେନ୍ଦୁଝରରେ ମଧ୍ୟ ଭାରତ ବନ୍ଦ ଡାକରାର ପ୍ରଭାବ ଦେଖିବାକୁ ମିଳିଛି । କେନ୍ଦ୍ରୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ସଂଯୁକ୍ତ କୃଷକ ମୋର୍ଚ୍ଚା ଭାରତ ବନ୍ଦ ଡାକରା ଦେଇଛି। ସହରର ଗାନ୍ଧୀ ଛକରେ ସିପିଆଇ(ଏମଏଲ) ଲିବାରେସନ,ଅଖିଳଭାରତୀୟ କୃଷକ ମହାସଭା ,ଇଣ୍ଡିଆନ ନେସନାଲ ଟ୍ରେଡ ୟୁନିୟନ ,କଂଗ୍ରେସ ସମେତ ବିଭିନ୍ନ ବାମପନ୍ଥୀ ଦଳ ପକ୍ଷରୁ ରାସ୍ତା ଅବରୋଧ କରି ଆନ୍ଦୋଳନ କରାଯାଇଛି । ଫଳରେ କେନ୍ଦୁଝର ଦେଇ ଯାଇଥିବା ଜାତୀୟ ରାଜପଥ ୨୦ ଏବଂ ୪୯ ରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।ଭାରତ ବନ୍ଦ ଯୋଗୁଁ ସହରରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ବ୍ୟତିତ ଅନ୍ୟାନ୍ୟ ଦୋକାନ ବଜାର ବନ୍ଦ ରହିଛି। କେନ୍ଦୁଝର ସହରରେ ଘରୋଇ କିମ୍ବା ସରକାରୀ ବସ ଚଳାଚଳ ମଧ୍ୟ ଠପ୍ ହୋଇଯାଇଛି ।ଶାନ୍ତି ଶୃଙ୍ଖଳା ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ ପୋଲିସ ମୃତୟନ କରାଯାଇଛି।
BREAKING NEWS
- ସମ୍ବଲପୁର କୋର୍ଟକୁ ପୁଣି ବୋମା ଧମକ, ହାଇ ଆଲର୍ଟରେ ସମଗ୍ର ଅଞ୍ଚଳ
- Narendra Pond: ଏହି ଦିନରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା; ନରେନ୍ଦ୍ର ପୁଷ୍କରିଣୀରୁ ବାହାରିଲା ଚାପ ଡଙ୍ଗା
- ଜଣେ ବି ଚାଷୀର ଧାନ ରହିବ ନାହିଁ, ସବୁ ଧାନ କିଣା ଯିବ: ମନ୍ତ୍ରୀ
- Rupee Posts Biggest Gain: ୧୨ ବର୍ଷରେ ପ୍ରଥମ ଥର ଦମ୍ ଦେଖାଇଲା ଟଙ୍କା, ଡଲାର ତୁଳନାରେ କଲା ଦୃଢ଼ ପ୍ରତ୍ୟାବର୍ତ୍ତନ…
- ସମୁଦ୍ର ତଳେ ଷଡ଼ଯନ୍ତ୍ର, ଗାଏବ ହୋଇଯିବ ଇଣ୍ଟରନେଟ୍ !
- ରିଲ୍ସ କରିବା ହେଲା କାଳ, ପୋଲରୁ ନଦୀକୁ ଡେଇଁଲେ ଦୁଇ ଯୁବକ
- ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଅଶ୍ୱିନ୍ କାହିଁକି ଦେଲେ ସତର୍କବାଣୀ ?
- ଦୁଇରୁ ତିନି ବର୍ଷ ମଧ୍ୟରେ ଦୂର ହେବ ଅଗ୍ନିବୀରଙ୍କ ଅଭାବ
- ଏକଲବ୍ୟ ପୁରସ୍କାର-୨୦୨୬ ପାଇଁ ଦରଖାସ୍ତ ଆହ୍ୱାନ
- Iran US War: ନୌସେନା, ବାୟୁସେନା, ସମଗ୍ର ନେତୃତ୍ୱ…ସବୁ ଶେଷ, ଇରାନ ଉପରେ ବିଜୟ ଘୋଷଣା କଲେ ରାଷ୍ଟ୍ରପତି ଟ୍ରମ୍ପ
Comments are closed.