କେନ୍ଦୁଝର: କେନ୍ଦୁଝରରେ ମଧ୍ୟ ଭାରତ ବନ୍ଦ ଡାକରାର ପ୍ରଭାବ ଦେଖିବାକୁ ମିଳିଛି । କେନ୍ଦ୍ରୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ସଂଯୁକ୍ତ କୃଷକ ମୋର୍ଚ୍ଚା ଭାରତ ବନ୍ଦ ଡାକରା ଦେଇଛି। ସହରର ଗାନ୍ଧୀ ଛକରେ ସିପିଆଇ(ଏମଏଲ) ଲିବାରେସନ,ଅଖିଳଭାରତୀୟ କୃଷକ ମହାସଭା ,ଇଣ୍ଡିଆନ ନେସନାଲ ଟ୍ରେଡ ୟୁନିୟନ ,କଂଗ୍ରେସ ସମେତ ବିଭିନ୍ନ ବାମପନ୍ଥୀ ଦଳ ପକ୍ଷରୁ ରାସ୍ତା ଅବରୋଧ କରି ଆନ୍ଦୋଳନ କରାଯାଇଛି । ଫଳରେ କେନ୍ଦୁଝର ଦେଇ ଯାଇଥିବା ଜାତୀୟ ରାଜପଥ ୨୦ ଏବଂ ୪୯ ରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।ଭାରତ ବନ୍ଦ ଯୋଗୁଁ ସହରରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ବ୍ୟତିତ ଅନ୍ୟାନ୍ୟ ଦୋକାନ ବଜାର ବନ୍ଦ ରହିଛି। କେନ୍ଦୁଝର ସହରରେ ଘରୋଇ କିମ୍ବା ସରକାରୀ ବସ ଚଳାଚଳ ମଧ୍ୟ ଠପ୍ ହୋଇଯାଇଛି ।ଶାନ୍ତି ଶୃଙ୍ଖଳା ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ ପୋଲିସ ମୃତୟନ କରାଯାଇଛି।
BREAKING NEWS
- ଆନ୍ତର୍ଜାତୀୟ ସ୍ତରରେ ସଫଳତା ପାଇଁ ଓଡ଼ିଶାର କ୍ରୀଡ଼ାବିତ୍ଙ୍କୁ ସମ୍ମାନିତ କଲେ କ୍ରୀଡ଼ା ମନ୍ତ୍ରୀ
- ଝିଅ ବେକରେ ଛୁରୀ ଲଗେଇ କାଉନସିଲରଙ୍କ ଘରୁ ଲୁଟ୍
- ଦର୍ଶକଙ୍କ ଉଡ଼ାଇବ ହୋସ୍ ଓଡ଼ିଆ ହରର ଥ୍ରୀଲର ଫିଲ୍ମ ‘ମିଡ୍ ନାଇଟ’; ଏହି ଦିନ ପରଦାକୁ ଆସିବ
- ବିଶ୍ୱ ବ୍ୟାଙ୍କ ଠାରୁ ଋଣ କରିବାକୁ ଚାହୁଁଛନ୍ତି କି ରାଜ୍ୟ ସରକାର: ବିଜେଡି
- ୨୧ ଫେରିବାଲାଙ୍କୁ ବାନ୍ଧିଲା ପୋଲିସ; ୧୦୬୬ ମୋବାଇଲ ସହ ଅଳଙ୍କାର,ବାଇକ୍ ଜବତ
- ୩ ବରିଷ୍ଠ ଆଇଏଏସଙ୍କୁ ପଦୋନ୍ନତି ଦେଲେ ଓଡ଼ିଶା ସରକାର
- ଅଷ୍ଟ୍ରେଲିଆନ ଓପନ ଟେନିସ: ର୍ୟାବକିନା ଜିତିଲେ ମହିଳା ସିଙ୍ଗଲ୍ସ ଟାଇଟଲ
- ଇରାନରେ ଜୋରଦାର ବିସ୍ଫୋରଣ; ପୋର୍ଟ ଓ ଆବାସିକ କୋଠା କ୍ଷତିଗ୍ରସ୍ତ…
- ୧୦ ବିଭାଗର ୧୨ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁର; ନିର୍ମାଣ ହେବ ପ୍ରତିରକ୍ଷା ଏବଂ ଏରୋସ୍ପେସ ସାମଗ୍ରୀ
- ମୋଦିଙ୍କ ଗସ୍ତ ପୂର୍ବରୁ ବୋମା ଧମକ, ଆଲର୍ଟରେ ପ୍ରଶାସନ…
Comments are closed.