Latest Odisha News

ସିଙ୍ଘୁ ସୀମାରେ ଜଣେ ଆନ୍ଦୋଳନରତ କୃଷକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: କୃଷକ ମୋର୍ଚ୍ଚାର ଭରତ ବନ୍ଦ ସମୟରେ ଦିଲ୍ଲୀ-ହରିୟାଣାର ସିଙ୍ଘୁ ସୀମାରେ ଜଣେ କୃଷକଙ୍କ ମୃତ୍ୟୁ ଘଟିଛି। ତେବେ ଦିଲ୍ଲୀ ପୋଲିସ କହିଛି ଯେ ହୃଦଘାତରେ ଚାଷୀଙ୍କ ମୃତ୍ୟୁ ଘଟିଛି।

ରିପୋର୍ଟ ଅନୁଯାୟୀ, ପୋଷ୍ଟ ମର୍ଟମ ପରେ ହିଁ ଚାଷୀଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି। କେନ୍ଦ୍ର ସରକାର ଆଣିଥିବା ତିନୋଟି କୃଷି ଆଇନକୁ ବିରୋଧ କରି ୟୁନାଇଟେଡ୍ କିସାନ୍ ମୋର୍ଚ୍ଚାଙ୍କ ନେତୃତ୍ୱରେ ଦେଶର ୪୦ ରୁ ଅଧିକ କୃଷକ ସଂଗଠନ ଆଜି ‘ଭାରତ ବନ୍ଦ’ ଡାକରା ଦେଇଛନ୍ତି।

କୃଷକ ସଂଗଠନମାନେ ଏହି ଭରତ ବନ୍ଦକୁ ସକାଳ ୬ ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଭାରତ ବନ୍ଦ ଡାକରା ଦେଇଛନ୍ତି। ଯେଉଁଥିରେ ସମସ୍ତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ, ଅନୁଷ୍ଠାନ, ଦୋକାନ ଏବଂ ଶିଳ୍ପ ବନ୍ଦ ରହିବାକୁ ନିବେଦନ କରାଯାଇଛି।

ତେବେ ଡାକ୍ତରଖାନା, ମେଡିକାଲ ଷ୍ଟୋର ଇତ୍ୟାଦି ସମସ୍ତ ଜରୁରୀ ସେବା ସେମାନଙ୍କ କାର୍ଯ୍ୟ ଜାରି ରଖିପାରିବ ବୋଲି କୃଷକ ନେତା ରାକେଶ ଟିକାଇତ କହିଛନ୍ତି। ଭାରତ ବନ୍ଦ ଯୋଗୁଁ ଅନେକ ସ୍ଥାନରେ ଟ୍ରାଫିକ୍ ଜାମ୍ ଭଳି ପରିସ୍ଥିତି ସୃଷ୍ଟି ହୋଇଛି।

Leave A Reply

Your email address will not be published.