Latest Odisha News

BREAKING NEWS

ଭାରତ ବନ୍ଦ: ତଣ୍ଡ ଗଣିବେ ବିନା ହେଲମେଟରେ ରାଲି କରୁଥିବା ବାଇକ ଚାଳକ

ଭୁବନେଶ୍ୱର: ଭାରତ ବନ୍ଦ ସମୟରେ ବିନା ହେଲମେଟରେ ରାଜଧାନୀରେ ରାଲି କରୁଥିବା ଆନ୍ଦୋଳନକାରୀମାନେ ଜୋରିମାନା ଦେବେ ବୋଲି ବୁଧବାର ଦିନ ଟ୍ରାଫିକ ଡିସିପି ସାଗରିକା ନାଥ କହିଛନ୍ତି।

“ଆଇନ ସମସ୍ତଙ୍କ ପାଇଁ ସମାନ । ଟ୍ରାଫିକ ନିୟମ ଉଲଂଘନ କାରୀଙ୍କୁ ସିସିଟିଭି ଫୁଟେଜ ମାଧ୍ୟମରେ ଚିହ୍ନଟ କରାଯାଇ ସେମାଙ୍କ ଚାଲାଣ କଟାଯିବ । ଏହି ପକ୍ରିୟାକୁ ୨ ରୁ ୩ ଦିନ ସମୟ ଲାଗିବ” ବୋଲି ସେ କହିଛନ୍ତି ।

ବନ୍ଦ ସମୟରେ କୋୖଣସି ଆମ୍ବୁଲାନ୍ସକୁ ଯେପରି କେଉଁଠାରେ ଅଟକା ନଯାଏ ତାହା ଉପରେ ସେମାନେ ଧ୍ୟାନ ଦେଇଥିଲେ । ସୌଭାଗ୍ୟ ବଶତଃ ସେଭଳି ଅପ୍ରୀତିକର ଘଟଣା କେଉଁଠି ଘଟି ନାହିଁ ବୋଲି ଟ୍ରାଫିକ ଡିସିପି ସୂଚନା ଦେଇଛନ୍ତି ।

ଏଠାରେ ସୂଚନାଯୋଗ୍ୟ, ଗତ ଡିସେମ୍ବର ୨୬ ତାରିଖ ବିଜେଡିର ପ୍ରତିଷ୍ଠା ଦିବସରେ ହୋଇଥିବା ଶୋଭାଯାତ୍ରାରେ ଦୁଇ ଚକିଆ ଯାନ ଚାଳକ ମାନେ ହେଲମେଟ ନପିନ୍ଧିଥିଲେ । ତେବେ ଓଡିଶା ପୋଲିସ ଏଭଳି ଘଟଣାକୁ ପ୍ରୋତ୍ସାହନ ଦେଉଥିବା ନେଇ ଓଡିଶା ହାଇକୋର୍ଟର ଆମିକସ କ୍ୟୁରି ଏକ ମାମଲା ରୁଜୁ କରାଇଥିଲେ।

ଏହି ଶୋଭାଯାତ୍ରାରେ ସମସ୍ତ ନିୟମକୁ ପବନରେ ଉଡାଇ ଦିଆଯାଇଛି । ଅଧିକାଂଶ ବାଇକ ଚାଳକ ହେଲମେଟ ପିନ୍ଧି ନାହାନ୍ତି। ରାଜ୍ୟ ପୋଲିସ ସେମାନଙ୍କୁ ଧରିବା ବଦଳରେ ଶୋଭାଯାତ୍ରାର ସଦସ୍ୟଙ୍କୁ ସୁରକ୍ଷା ପ୍ରଦାନ କରୁଛି ବୋଲି ଏହି ରିପୋର୍ଟରେ ଉଲ୍ଲେଖ ରହିଛି ।

Leave A Reply

Your email address will not be published.