Latest Odisha News

BREAKING NEWS

କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି; ନିଳାଚଳ ଇସ୍ପାତ ନିଗମରୁ ପୁଞ୍ଜି ପ୍ରତ୍ୟାହାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବୁଧବାର ଦିନ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି କେନ୍ଦ୍ର କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା । ଏହି ବୈଠକରେ ଓଡ଼ିଶାର ନିଳାଚଳ ଇସ୍ପାତ ନିଗମ (ଏନଆଇଏନଏଲ୍)ରେ ରହିଥିବା କେତେକ ଉଦ୍ୟୋଗ ଗୁଡ଼ିକରୁ କେନ୍ଦ୍ରର ପୁଞ୍ଜି ବିନିଯୋଗ ପ୍ରତ୍ୟାହାର କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଓଡ଼ିଶାର କଳିଙ୍ଗନଗରରେ ସ୍ଥିତ ନିଳାଚଳ ଇସ୍ପାତ ନିଗମ (ଏନଆଇଏନଏଲ୍)ରେ ଯେଉଁ ସବୁ ଉଦ୍ୟୋଗ ଗୁଡ଼ିକରୁ ପୁଞ୍ଜି ପ୍ରତ୍ୟାହାର ହେବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି ସେହି ଉଦ୍ୟୋଗ ଗୁଡ଼ିକ ହେଲେ, ଏଏମଟିସି, ଭେଲ୍, ଏନଏମଡ଼ିସି ଏବଂ ମେକନ୍ ।

ଉଭୟ ଓଡ଼ିଶା ସରକାର ଏବଂ ଭାରତ ସରକାରଙ୍କ ମିଳିତ ଉଦ୍ୟମରେ ପରିଚାଳିତ ଉଦ୍ୟୋଗ ନିଳାଚଳ ଇସ୍ପାତ ନିଗମ (ଏନଆଇଏନଏଲ୍) ଗତ କିଛି ବର୍ଷ ହେଲା ବିପୁଳ ପରିମାଣର କ୍ଷତିରେ ଚାଲୁଅଛି । ତେବେ ଏହି ଉଦ୍ୟୋଗରେ ରାଜ୍ୟ ସରକାରଙ୍କ ଇପିକଲ୍ ଏବଂ ଓଏମସି ପରି କମ୍ପାନୀ ଗୁଡ଼ିକର ଅଂଶଧନ ରହିଛି ।

ବୁଧବାର ଦିନ କେନ୍ଦ୍ର କ୍ୟାବିନେଟର ଏହି ବୈଠକରେ ଅନ୍ୟ ଯେଉଁ ସବୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି ସେଥିମଧ୍ୟରେ ରହିଛି ଖଣିଜ ଆଇନ୍ ଅଧ୍ୟାଦେଶ । ଆଜି ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇ ଖଣିଜ ଆଇନ୍ (ସଂଶୋଧିତ) ଅଧ୍ୟାଦେଶକୁ ମଞ୍ଜୁରୀ ମିଳିଛି । ଏହାଫଳରେ ଏମଏମଡ଼ିଆର ଆଇନ ୧୯୫୭ ଓ କୋଲ୍ ମାଇନ୍ସ ଆଇନ୍ ୨୦୧୫ରେ ସଂଶୋଧନ କରାଯିବ । ସଂଶୋଧିତ ନିୟମାନୁସାରେ ଏଥିରୁ ଏଣ୍ଡ୍ ୟୁଜର୍ସ ସର୍ତ୍ତ ଗୁଡ଼ିକୁ ମଧ୍ୟ ଉଠାଇ ଦିଆଯିବ । ଯାହାଫଳରେ କି କୋଇଲା ବ୍ଲକ୍ ପାଇଥିବା କମ୍ପାନୀଗୁଡ଼ିକ ଏବେ ଖୋଲା ବଜାରରେ କୋଇଲା ବିକ୍ରି ମଧ୍ୟ କରିପାରିବେ । ଏହା ବାଣିଜି୍ୟକ କୋଇଲା ଖନନକୁ ପ୍ରୋତ୍ସାହନ ମିଳିପାରିବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.