Latest Odisha News

୨୬ରେ ବ୍ୟବସାୟୀ ମହାସଂଘର ଭାରତ ବନ୍ଦ ଡାକରା

ନୂଆଦିଲ୍ଲୀ : ଜିଏସଟି ଆଇନରେ ଜଟିଳତା ଓ ଅନଲାଇନ ବ୍ୟବସାୟ ବିରୋଧରେ ଆସନ୍ତା ଶୁକ୍ରବାର ଧର୍ମଘଟ କରିବ ସର୍ବଭାରତୀୟ ବ୍ୟବସାୟୀ ମହାସଂଘ । ବ୍ୟବସାୟୀ ମହାସଂଘର ଧର୍ମଘଟ ଡାକରାକୁ ସମର୍ଥନ କରିବ ଓଡ଼ିଶା ବ୍ୟବସାୟୀ ମହାସଂଘ । ଫଳରେ ଆସନ୍ତା ଶୁକ୍ରବାର ରାଜ୍ୟର ବ୍ୟବସାୟିକ ପ୍ରତିଷ୍ଠାନ ଗୁ଼ଡ଼ିକ ବନ୍ଦ ରହିବ । ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡା ।

ଗତ ୨୦୧୭ ଜୁଲାଇ ପହିଲାରୁ ଲାଗୁ ହୋଇଥିବା ଜିଏସଟି ଆଇନରେ ଏହା ମଧ୍ୟରେ ୯୫୦ରୁ ଅଧିକ ଥର ସଂଶୋଧନ ହୋଇସାରିଲାଣି । ଫଳରେ ମୂଳ ଆଇନ ସଂପୂର୍ଣ୍ଣ ଭାବେ ବଦଳି ଯାଇଥିବା ବେଳେ, ଏହା ଏକ ବ୍ୟୟସାୟୀ ଓ ଜନ ବିରୋଧୀ ଆଇନରେ ପରିଣତ ହୋଇଯାଇଛି । ଅନ୍ୟପକ୍ଷରେ ଅନଲାଇନ ବ୍ୟବସାୟ କରୁଥିବା କମ୍ପାନିମାନେ ପାରମ୍ପରିକ ଅଫଲାଇନ ବ୍ୟବସାୟୀମାନଙ୍କୁ ବନ୍ଦ କରିବାକୁ ନାନା ପ୍ରକାରର ଚକ୍ରାନ୍ତ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

ସେହିପରି ସଂଘ ପକ୍ଷରୁ ଖାଦ୍ୟ ନିରାପତ୍ତା ଆଇନରେ ଥିବା କେତେକ ବ୍ୟବସ୍ଥାକୁ ବିରୋଧ କରାଯାଇଛି । ଏହି ଧର୍ମଘଟରେ ଓଡ଼ିଶାର ୨୦ ଲକ୍ଷ ବ୍ୟବସାୟ ପ୍ରତିଷ୍ଠାନ ସମେତ ଦେଶର ୮ କୋଟି ବ୍ୟବସାୟୀ ସାମିଲ ହେବେ ।

Leave A Reply

Your email address will not be published.