Latest Odisha News

ପୋଲିସ୍‌ ଟିମ୍‌ ଉପରେ ଆକ୍ରମଣ କଲେ ମଦ ମାଫିଆ, ଏଏସ୍ଆଇ ମୃତ

ସୀତାମାରି:ବିହାରର ସୀତାମାରି ଜିଲ୍ଲାରେ ମଦ ମାଫିଆଙ୍କ ଆକ୍ରାମଣରେ ଜଣେ ଆସିଷ୍ଟାଣ୍ଟ୍‌ ସବ୍‌ ଇନସ୍ପେକ୍ଟର୍‌ଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ଅନ୍ୟ ଜଣେ ପୋଲିସ କର୍ମୀ ଗମ୍ଭୀର ଭାବେ ଆହାତ ହୋଇଛନ୍ତି । ମୃତ ଏଏସ୍‌ଆଇଙ୍କ ନାମ ଦିନେଶ୍‌ ରାମ୍‌ ହୋଇଥିବା ବେଳେ ଆହାତଙ୍କ ନାମ ଲାଲ୍‌ବାବୁ ପାଶୱାନ ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ଏହି ଘଟଣାଟି ମେଜରଗଞ୍ଜ ଥାନା ଅନ୍ତର୍ଗତ କିଆରୀ ମଦନ ଗାଁରେ ଘଟିଥିଲା । ଏହି ଦୁଇ ପୋଲିସ୍‌ କର୍ମୀ ମେଜରଗଞ୍ଜ ଥାନାରେ ପୋଷ୍ଟିଂ ହୋଇଥିଲେ । ଗୁପ୍ତ ସୂଚନାକୁ ଆଧାର କରି ବୁଧବାର ସକାଳେ ଏକ ପୋଲିସ୍‌ ଟିମ୍‌ କିଆରୀ ଗାଁରେ ଛାପା ମାରିଥିଲେ । 

ପୂର୍ବରୁ ପୋଲିସ୍‌ ଏନେଇ ଗାଁରେ ଆବୈଧ ମଦ କାରବାର ହେଉଥିବା ଖବର ମିଳିଥିଲା । ଏହାପରେ ପୋଲିସ୍‌ ସେହି ଗାଁରେ ଚଢ଼ାଉ କରିଥିଲା । ଏହାପୂର୍ବରୁ ମଦ ମାଫିଆମାନେ ସଜାଗ ହୋଇଯାଇଥିଲେ । ପୋଲିସ୍‌ ପହଞ୍ଜିବା କ୍ଷଣି ତାଙ୍କ ଉପରେ ଫାୟାରିଂ ଆରମ୍ଭ କରିଦେଇଥିଲେ । ଯେଉଁଥିରେ ଏଏସ୍‌ଆଇ ଏବଂ ଚୈକିଦାରଙ୍କ ଦେହରେ ଗୁଳି ବାଜିଥିଲା । ସେମାନଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲ୍‌କୁ ନିଆଯାଇଥିଲା । ତେବେ ହସ୍ସିଟାଲ୍‌ ନେବା ବାଟରେ ହିଁ ଦିନେଶ୍‌ଙ୍କର ମୃତ୍ୟୁ ହୋଇଥିଲା । 

ପୋଲିସ୍‌ ସହ ଗୁଳିବିନିମୟରେ ଜଣେ ମଦ ମାଫିଆର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଘଟଣା ପରେ ପୋଲିସ୍‌ର ଉପରିସ୍ଥ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମଦ ମାଫିଆଙ୍କ ସହିତ ଜଡ଼ିତ ଲୋକଙ୍କୁ ଗିରଫ କରିଛନ୍ତି । 

Leave A Reply

Your email address will not be published.