Latest Odisha News

BREAKING NEWS

କୃଷି ଆଇନ ପ୍ରତ୍ୟାହାର ଦାବିରେ ଅନ୍ନଦାତାଙ୍କ ଭାରତ ବନ୍ଦ ଡାକରା

ଭୁବନେଶ୍ୱର: କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଆଜି ଭାରତ ବନ୍ଦ ଆହ୍ୱାନ ଦେଇଛନ୍ତି ଦେଶର ଶତାଧିକ କୃଷକ ସଂଗଠନ । ଆଉ ଏହି ଭାରତ ବନ୍ଦ ପ୍ରତିବାଦକୁ କଂଗ୍ରେସ ସମେତ ୧୮ଟି ପ୍ରମୁଖ ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି ।

ଆଜି ସକାଳ ୮ରୁ ଦିନ ୩ ଟା ଯାଏଁ ଏହି ବନ୍ଦ ବଳବତ୍ତର ରହିବା ନେଇ ସୂଚନା ରହିଛି।

ତେବେ ବନ୍ଦ ସମୟରେ କିଛି ଜରୁରୀକାଳୀନ ସେବା ଜାରିରହିବ । ଆମ୍ବୁଲାନ୍ସ ଓ କୌଣସି ବାହାଘର ଗାଡ଼ିକୁ ଅଟକା ଯିବନି । ଶାନ୍ତିପୂର୍ଣ୍ଣ ଭାବରେ ଭାରତ ବନ୍ଦ ପାଳନ କରାଯିବ। ବନ୍ଦ ନେଇ ଆଗାମୀ ବୈଠକ ଡିସେମ୍ବର ୯ରେ ବସିବ। ଏ ନେଇ ଦିଲ୍ଲୀ-ହରିୟାଣା ସିଙ୍ଘୁ ସୀମାରୁ ଚାଷୀ ନେତା ଦର୍ଶନ ପାଲ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଦିଲ୍ଲୀର ସୀମାନ୍ତ ଅଞ୍ଚଳରେ ହଜାର ହଜାର ଚାଷୀ କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଛନ୍ତି । ସରକାର କୃଷକ ନେତାଙ୍କ ସହ ପାଞ୍ଚ ପର୍ଯ୍ୟାୟ ଆଲୋଚନା କରିଛନ୍ତି, ମାତ୍ର କୌଣସି ନିଷ୍କର୍ଷ ବାହାରି ପାରିନାହିଁ । କୃଷି ସଙ୍ଗଠନ ନେତମାନେ କୃଷି ଆଇନର ସମ୍ପୂର୍ଣ ରଦ୍ଦ କରିବାକୁ ଦାବି କରିଛନ୍ତି।

Leave A Reply

Your email address will not be published.