Latest Odisha News

BREAKING NEWS

ଟିକା ଦେବାକୁ କେନ୍ଦ୍ର ସରକାରଙ୍କୁ ଅଧିକ ଟଙ୍କା ମାଗୁଛି ଭାରତ ବାୟୋଟେକ

ହାଇଦ୍ରାବାଦ : କରୋନା ମହାମାରୀ ଭିତରେ ସାରା ଦେଶାରେ ଜାରି ରହିଛି ଟିକାକରଣ । ସଂକ୍ରମରକୁ ମାତ ଦେବାକୁ ଦେଶରେ କୋଭାକ୍ସିନ ଓ କୋଭିସିଲ୍ଡ ଟିକା ଦିଆଯାଉଛି । ତେବେ ଟିକାର ଅଭାବକୁ ନେଇ ଦେଶରେ ଆରୋପ ପ୍ରତ୍ୟାରୋପ ଲାଗି ରହିଥିବା ବେଳେ, ଏବେ କେନ୍ଦ୍ର ସରକାରଙ୍କୁ ଅଧିକ ଙଟ୍କା ମାଗିଛି ଭାରତ ବାୟୋଟେକ୍ । ପ୍ରତି ଡୋଜକୁ ୧୫୦ ଟଙ୍କା ମୂଲ୍ୟରେ ଯୋଗାଇବା ସମ୍ଭବପର ନୁହେଁ ବୋଲି କହିଛି କମ୍ପାନୀ । ଏଥିପାଇଁ କେନ୍ଦ୍ର ସରକାର ଅଧିକ ଙଟ୍କା ଦିଆଅନ୍ତୁ ବୋଲି ଦାବି କରିଛି ଭାରତ ବାୟୋଟେକ୍ ।

କମ୍ପାନୀ କହିଛି, କେନ୍ଦ୍ର ସରକାରଙ୍କ ଟିକା ଯୋଗାଣ ଯୋଗୁଁ ଘରୋଇ କ୍ଷେତ୍ରରେ ଦରରେ ପରିବର୍ତ୍ତନ ହୋଇଛି । ଭାରତରେ ଘରୋଇ କ୍ଷେତ୍ର ପାଇଁ ଉପଲବ୍ଧ ଅନ୍ୟ କୋଭିଡ ଟିକା ତୁଳନାରେ କୋଭାକ୍ସିନ ପାଇଁ ଅଧିକ କରାଯିବା ଦରକାର ବୋଲି କହିଛି ଭାରତ ବାୟୋଟେକ୍ । ୧୫୦ ଟଙ୍କାରେ ପ୍ରତି ଡୋଜ ଦିଆଯିବା ସମ୍ଭବପର ନୁହେଁ । ଖାସକରି ଦୀର୍ଘଦିନ ଧରି ଏହି ଦରରେ ଟିକା ବିକ୍ରି ହୋଇପାରିବ ନାହିଁ । ତେଣୁ ଖର୍ଚ୍ଚ ବହନ ପାଇଁ ଘରୋଇ ବଜାରରେ ଟିକାର ମୂଲ୍ୟ ଅଧିକ ରଖିବା ଜରୁରୀ ବୋଲି କହିଛି କମ୍ପାନୀ । ଟିକା ଉତ୍ପାଦନ ପାଇଁ ବର୍ତ୍ତମାନ ସୁଦ୍ଧା ଭାରତ ବାୟୋଟେକ୍ ୫୦୦ କୋଟିରୁ ଅଧିକ ଟଙ୍କା ବିନିଯୋଗ କରିସାରିଛି । ତେଣୁ କେନ୍ଦ୍ର ସରକାର ଟିକା ବାବଦକୁ ଅଧିକ ଟଙ୍କା ଦେବା ଦରକାର ବୋଲି କହିଛି କମ୍ପାନୀ ।

Leave A Reply

Your email address will not be published.