Latest Odisha News

BREAKING NEWS

ବିହାରରେ କୋହଳ ହେଲା ଲକଡାଉନ୍ କଟକଣା, ସଂଧ୍ୟା ୬ ପର୍ଯ୍ୟନ୍ତ ଖୋଲିବ ଦୋକାନ ବଜାର

ପାଟନା : ଦେଶରେ କମୁଛି କରୋନା ସଂକ୍ରମଣ । ପ୍ରତିଦନ ମାମଲା ହ୍ରାସ ପାଉଥିବାରୁ ଏବେ ବିହାରରେ କୋହଳ ହୋଇଛି କରୋନା କଟକଣା । ସଂକ୍ରମଣ ହ୍ରାସକୁ ଦୃଷ୍ଟିରେ ରଖି ସପ୍ତାହକ ପାଇଁ ଲକଡାଉନ କଟକଣା କୋହଳ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ନୂଆ ନିଷ୍ପତ୍ତି ଅନୁଯାୟୀ ଏଣିକି ବିହାରରେ ଦୋକାନ ବଜାର ଖୋଲିବାକୁ ମିଳିଛି ଅନୁମତି । ସଂଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବାକୁ ନିଆଯାଇଛି ନିଷ୍ପତ୍ତି ।

ସେହିପରି ଅପରାହ୍ନ ୫ଟା ପର୍ଯ୍ୟନ୍ତ ଖୋଲା ରହିବ ସରକାରୀ ଅଫିସ । ଜୁନ୍ ୧୬ରୁ ଜୁନ୍ ୨୨ ତାରିଖ ପର୍ଯ୍ୟନ୍ତ କଟକଣା କୋହଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଏହାସହ ରାଜ୍ୟରେ କରୋନା ସ୍ଥିତିର ସମୀକ୍ଷା ମଧ୍ୟ କରିଛନ୍ତି । ଦୋକାନ ବଜାର ଖୋଲିବାକୁ ଅନୁମତି ଦିଆଯାଇଥିବା ବେଳେ, ରାତି ୮ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗୁ ହେବ । ଏହାସହ ବିଭିନ୍ନ ସରକାରୀ ଅଧିକାରୀଙ୍କ ସହ ଆଲୋଚନା କରି କରୋନା ସ୍ଥିତିର ସମୀକ୍ଷା କରିଛନ୍ତି ନୀତୀଶ କୁମାର । ତେବେ ଏହି ସମୟ ମଧ୍ୟରେ ଶିକ୍ଷାନୁଷ୍ଠାନ ଖୋଲିବ ନା ନାହିଁ ସେ ସମ୍ପର୍କରେ ନିଷ୍ପତ୍ତି ନିଆଯାଇନାହିଁ ।

ବିହାରରେ ବର୍ତ୍ତମାନ ସୁଦ୍ଧା ୭ ଲକ୍ଷ ୧୭ ହଜାର ୫୩୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ରାଜ୍ୟରେ ୯ ହଜାର ୫୦୫ ଜଣଙ୍କ ଜୀବନ ନେଇଛି ଭାଇରସ । ମୋଟ ୭ ଲକ୍ଷ ୩ ହଜାର ୨୬୨ ଜଣ ସୁସ୍ଥ ହୋଇଥିବା ବେଳେ, ୪ ହଜାର ୭୭୧ ଜଣଙ୍କ ଚିକିତ୍ସା ଚାଲିଛି । ରାଜ୍ୟରେ ସୁସ୍ଥତା ହାର ୯୮.୦୧ ପ୍ରତିଶତ ରହିଛି ।

Leave A Reply

Your email address will not be published.