Latest Odisha News

BREAKING NEWS

ଦେଶରେ କରୋନା ଭ୍ୟାକ୍ସିନ ଟ୍ରାଏଲ ପ୍ରକ୍ରିୟା ମଣିଷଙ୍କ ଉପରେ ଆରମ୍ଭ

ନୂଆଦିଲ୍ଲୀ: କରୋନା ମହାମାରୀ ମୁକାବିଲାରେ ଭାରତକୁ ଆଉ ପାଦେ ଆଗକୁ ବଢ଼ିଛି । ଦେଶରେ ଭାରତ ବାୟୋଟେକ୍ କୋଭାକ୍ସିନ ନାମକ ଭ୍ୟାକ୍ସିନ ମଣିଷ ଶରୀରରେ ପ୍ରୟୋଗ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରିଛି । ପାଟନା ଏମ୍ସରେ ୧୫ରୁ ୧୮ ବର୍ଷ ମଧ୍ୟରେ ୧୦ଜଣ ଲୋକଙ୍କ ଉପରେ ଏହି ଭ୍ୟାକ୍ସିନ ପ୍ରୟୋଗ କରାଯିବ । ମେଡିକାଲ ଚେକଅପ ପରେ ଭ୍ୟାକ୍ସିନ ସେମାନଙ୍କୁ ଦିଆଯିବ ।

୧୪ ସହରରେ ୧୫୦୦ ଲୋକ ଏହି ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ୧୪ ଦିନ ପରେ ଏହାର ପରବର୍ତୀ ପର୍ଯ୍ୟାୟ ଆରମ୍ଭ ହେବ । ଏହି ପ୍ରକ୍ରିୟାରେ ସାମିଲ ହୋଇଥିବା ବ୍ୟକ୍ତିବିଶେଷଙ୍କ ଆଂଟିବଡି ମଧ୍ୟ ପରୀକ୍ଷଣ ହେବ । ପରୀକ୍ଷଣ ହୋଇଥିବା ବ୍ୟକ୍ତିଙ୍କ ଉପରେ ଡାକ୍ତର ଟିମ୍ ସମ୍ପୂର୍ଣ୍ଣ ଭାବେ ନଜର ରଖିବେ ।

Leave A Reply

Your email address will not be published.