Latest Odisha News

BREAKING NEWS

ଲେଫ୍ଟନାଣ୍ଟ କର୍ଣ୍ଣେଲଙ୍କୁ ହାଇକୋର୍ଟ କହିଲେ, ଫେସବୁକ୍ ଏବଂ ଚାକିରୀରୁ ଗୋଟିଏ ବାଛନ୍ତୁ

ନୂଆଦିଲ୍ଲୀ: ସୁରକ୍ଷା ଦୃଷ୍ଟିକୋଣରୁ ସେନାରେ ୮୯ ଆପ ଉପରେ ବ୍ୟାନ ଲଗାଯାଇଥିଲା । ଏହି ନିଷ୍ପତି ବିରୋଧରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ପିକେ ଚୌଧୁରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମଙ୍ଗଳବାର ୨ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରି ଚୌଧୁରୀଙ୍କୁ ସିଧାସଳଖ କହିଲେ ଦେଶର ସୁରକ୍ଷା ନେଇ କୌଣସି ସାଲିସ କରାଯାଇ ପାରିବ ନାହିଁ । ଆପଣଙ୍କୁ ଯଦି ଏଥିନେଇ ଅସୁବିଧା ହେଉଛି ତାହାହେଲେ ଫେସବୁକ୍ ଆକାଂଉଟ ଓ ଚାକିରୀ ମଧ୍ୟରୁ ଗୋଟିଏ ବାଛନ୍ତୁ ।  ଫେସବୁକ୍ ଯଦି ଦେଶର ସୁରକ୍ଷାଠାରୁ ବଡ ବୋଲି ଭାବୁଛନ୍ତି ତାହା ହେଲେ ଚାକିରୀ ଛାଡି ଦିଅନ୍ତୁ । ଆପଣ ଯଦି କୌଣସି ସଂଗଠନରେ ରହୁଛନ୍ତି ତାହାହେଲେ ଏହାର ନିୟମ ମାନିବାକୁ ବାଧ୍ୟ ବୋଲି କହିଥିଲେ ।

କର୍ଣ୍ଣେଲଙ୍କ ଓକିଲ ସେନାର ଆଦେଶ ମାନିବା ବିରୋଧରେ ଯୁକ୍ତି ବାଢ଼ିଥିଲେ ଯେ, ଫେସବୁକ ଆକାଂଉଟରେ ଥିବା ଡାଟା, ସମ୍ପର୍କ ଏବଂ ବନ୍ଧୁ ସବୁ କିଛି ଏହା ଦ୍ୱାରା କଟିଯିବ । ଖଣ୍ଡପୀଠ ଏହା ଶୁଣି କହିଥିଲେ, ନାହିଁ ନାହିଁ କ୍ଷମା କରିବେ । ଆପଣ ଆକାଂଉଟ ବନ୍ଦ କରନ୍ତୁ । ଯେତେବେଳେ ଚାହିଁବେ ନୂଆ ଆକାଂଉଟ ଖୋଲିପାରିବେ । ଏମିତି ଚଳିବ ନାହିଁ । ଆପଣ ନିୟମ ମାନିବାକୁ ବାଧ୍ୟ ବୋଲି ମାନ୍ୟବର ବିଚାରପତି କହିଥିଲେ ।

Leave A Reply

Your email address will not be published.