Latest Odisha News

BREAKING NEWS

ରତନ ଟାଟାଙ୍କୁ ଭାରତ ରତ୍ନ ଦାବି, ଟ୍ୱିଟରରେ ଟ୍ରେଣ୍ଡ୍

ନୂଆଦିଲ୍ଲୀ: ଦେଶର ଫେମସ ବିଜନେସମ୍ୟାନ୍ ତଥା ଟାଟା ଗ୍ରୁପର ପ୍ରମୁଖ ରତନ ଟାଟାଙ୍କୁ ଭାରତ ରତ୍ନ ଦେବା ପାଇଁ ସୋସିଆଲ ମିଡିଆରେ ଦାବି ଉଠିଛି । ଟ୍ୱିଟରରେ ରତନ ଟାଟା ଓ BharatRatnaForRatanTata ହ୍ୟାଶଟ୍ୟାଗରେ ୟୁଜର୍ସ ଲଗାତର ଟ୍ୱିଟ୍ କରିଛନ୍ତି । ମୋଟିଭେସନାଲ୍ ସ୍ପିକର ଡ.ବିବେକ ବିନ୍ଦ୍ରାଙ୍କ ତରଫରୁ ଏହି ଅଭିଯାନ ପରେ ସାରା ଦେଶରେ ଏବେ ଏହା ଟ୍ରେଣ୍ଡ କରୁଛି । 

ବିବେକ ବିନ୍ଦ୍ରା ତାଙ୍କ ୟୁଟ୍ୟୁବ୍ ଭିଡିଓରେ ରତନ ଟାଟାଙ୍କୁ ଭାରତ ରତ୍ନ ଦେବା ପାଇଁ ସମ୍ବନ୍ଧିତ କରି ଟ୍ୱିଟ୍ କରିଥିଲେ । ଏଥିରେ ଲେଖାଯାଇଛି କି ଭାରତର ପ୍ରସିଦ୍ଧ ଉଦ୍ୟୋଗପତି ରତନ ଟାଟାଙ୍କୁ ଆମେ ଭାରତ ରତ୍ନ ଦେବା ପାଇଁ ଦାବି କରୁଛୁ । ଆସନ୍ତୁ ଏହାକୁ ରିଟ୍ୱିଟ୍ କରିବା ।

ଏହା ପରେ ରତନ ଟାଟାଙ୍କ ସହିତ ଜଡିତ ହ୍ୟାଶଟ୍ୟାଗ୍ ଟ୍ରେଣ୍ଡ କରିବାରେ ଲାଗିଲା । ୟୁଜର ଏନେଇ ପିଏମଓଙ୍କୁ ଅପିଲ୍ କରୁଛନ୍ତି । ସମସ୍ତେ ଚାହୁଁଛନ୍ତି ଯେ ଦେଶର ସବୁଠାରୁ ପାୱରଫୁଲ୍ ବିଜନେସମ୍ୟାନଙ୍କୁ ଭାରତ ରତ୍ନ ଦିଆଯାଉ । 

Leave A Reply

Your email address will not be published.