ଭୁବନେଶ୍ୱର: ଭରତପୁର ନାବାଳକ ଅଶ୍ୱନୀ ପାଢ଼ୀ ହତ୍ୟା ଘଟଣାରେ ଖୋଳତାଡ ଜାରି ରହିଛି । ଆଜି ଖଣ୍ଡିଗିରି ଥାନରେ ପହଞ୍ଚିଛନ୍ତି ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଦୁଇ ଜଣିଆ ଟିମ୍ । ତଦନ୍ତର ଅଗ୍ରଗତି ନେଇ ଥାନା ଅଧିକାରୀ ସହ ଆଲୋଚନା କରିଛନ୍ତି ।
ଏଯାଏ ନାବାଳକ ହତ୍ୟାକାଣ୍ଡରେ କେତେ ଜଣଙ୍କୁ ଗିରଫ କରଯାଇଛି ? କେତେ ଲୋକଙ୍କର ସଂପୃକ୍ତି ରହିଛି ? ହତ୍ୟାକାଣ୍ଡର ପ୍ରକୃତ କାରଣ କଣ ? ଥାନା ଅଧିକାରୀଙ୍କ ସହ ଆଲୋଚନା କରିଛି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଟିମ୍ ।
ଏହାସହ ଦୁଇ ଜଣିଆ ଟିମ୍ ମୃତ ନାବାଳକ ପରିବାର ଲୋକଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ହତ୍ୟା ଘଟଣାରେ ୪ ଜଣଙ୍କ ସମ୍ପୃକ୍ତି ରହିଛି । ଜଣେ ନାବାଳକ ଓ ଅନ୍ୟ ୩ଜଣକୁ ଗିରଫ କରାଯାଇଛି । ମୁଖ୍ୟ ଅଭିଯୁକ୍ତ ଫେରାର ଅଛି । ପ୍ରାଥମିକ ତଦନ୍ତରୁ ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି ।
Comments are closed.