Latest Odisha News

BREAKING NEWS

ପ୍ରେମିକାର ନିଶା ଅଭ୍ୟାସ ପାଇଁ ପ୍ରେମିକ ସାଜିଲା ଚୋର !

ଦିଲ୍ଲୀ: ଅଟୋ ଡ୍ରାଇଭରଠୁ ଲୁଟ୍ ଉଦ୍ୟମରେ ଗିରଫ ହୋଇଛି ଜଣେ ଯୁବକ । ପରିଚୟ ଅମନ ଉପାଧ୍ୟାୟ । ନିଜ ପେଟ ପୋଷିବା ସହ ପ୍ରେମିକାର ନିଶା ଅଭ୍ୟାସକୁ ସକ୍ରିୟ ରଖିବା ପାଇଁ ପ୍ରେମିକ ପାଲଟିଥିଲା ଚୋର । ହେଲେ ପ୍ରେମିକ ଗିରଫ ହେବା ପରେ ସାମ୍ନାକୁ ଆସିଥିଲା ଚାଂଚଲ୍ୟକର ତଥ୍ୟ ।

ମଙ୍ଗଳବାର ଲାଜପତ ନଗର ପୋଲିସ ନିକଟରେ ଜଣେ ଅଟୋ ଡ୍ରାଇଭର ଅଭିଯୋଗ କରିଥିଲେ । ଦୁଇଜଣ ପୁଅ ଓ ଜଣେ ଝିଅ ତାଙ୍କଠୁ ଲୁଟିନେଇଥିଲେ ମୋବାଇଲ ଓ ୧୫୦ଟଙ୍କା । ସଂଧ୍ୟା ୭ଟା୩୦ ପାଖାପାଖି ଏହି ଘଟଣା ଘଟିଥିଲାବେଳେ ଆକ୍ସନ ମୋଡକୁ ଆସିଥିଲା ପୋଲିସ ।

ଲୁଟ୍ ହୋଇଥିବା ଅଂଚଳରେ ସିସିଟିଭି ଯାଂଚ କରିବା ପରେ ଜଣାପଡିଥିଲା ଲୁଟେରାଙ୍କ ପରିଚୟ । ହରି ନଗରର ବାସିନ୍ଦା ଅମନ ଉପାଧ୍ୟାୟକୁ ପୋଲିସ ନେହେରୁ ନଗରରେ ଗିରଫ କରିଥିଲା । ଅଭିଯୁକ୍ତଠୁ ଫୋନ ଜବତ ହୋଇଥିଲାବେଳେ ଧରାପଡିଥିଲେ ଅନ୍ୟ ଦୁଇ ସହଯୋଗୀ ।

ତଦନ୍ତରେ ଜଣାପଡିଥିଲା ଅଭିଯୁକ୍ତ ଅମନ ସହ ତା ପ୍ରେମିକା ଓ ଜଣେ ନାବାଳକ ଏହି ଲୁଟରେ ସାମିଲ ଥିଲେ । ପଥର ପଲିସର୍ ଭାବେ କାମ କରୁଥିବା ଅମନ ଅର୍ଥାଭାବ ପାଇଁ ସାଜିଥିଲା ଲୁଟେରା । ଅନ୍ୟପକ୍ଷେ ନିଜ ପ୍ରେମିକାର ନିଶା ଅଭ୍ୟାସକୁ ସକ୍ରିୟ ରଖିବା ପାଇଁ ତାଙ୍କୁ ଟଙ୍କା ଦରକାର ପଡୁଥିଲା । ଜାଣି ଆଶ୍ଚର୍ଯ୍ୟ ହେବେ ପ୍ରେମିକାଠୁ ହିଁ ଅମନ ଗଂଜେଇ ଭଳି ଅଭ୍ୟାସରେ ଅଭ୍ୟସ୍ତ ହୋଇଥିଲା ।

Leave A Reply

Your email address will not be published.