Latest Odisha News

BREAKING NEWS

ମାଆ ହେଲେ କମେଡିଆନ ଭାରତୀ

ମୁମ୍ବାଇ: କମେଡିଆନ ଭାରତୀ ସିଂ ରବିବାର ମାଆ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ତାଙ୍କ ପତି ହର୍ଷ ଲିମ୍ବୋଚିୟା ଏହି ଖୁସି ଖବର ସୋସିଆଲ ସାଇଟରେ ଶେୟାର କରିଛନ୍ତି । ଭାରତୀଙ୍କ ସହ ସେ ଏକ ସୁନ୍ଦର ଫଟୋ ଶେୟାର କରି ଲେଖିଛନ୍ତି ଇଟସ ଏ ବୟ । ବିବାହର ୫ ବର୍ଷ ପରେ ଭାରତୀଙ୍କ ଘର ଖୁସିରେ ଭରି ଉଠିଛି । ଗତ ବର୍ଷ ସେ ତାଙ୍କ ପ୍ରେଗେନ୍ସି କଥା ପ୍ରଶଂସକଙ୍କ ସହ ଶେୟାର କରିଥିଲେ ।

ଏହି ଖୁସି ଖବର ଶୁଣିବା ମାତ୍ରେ ବିଭିନ୍ନ ସେଲିବ୍ରେଟି ଭାରତୀ-ହର୍ଷଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ହର୍ଷ ଯେଉଁ ଭଳି ଭାବେ ମୋେି ଜଗିଥିଲେ ତାହା କେହି କରିବେନି ବୋଲି ଭାରତୀ କହିଛନ୍ତି । ଉଭୟଙ୍କ କେମେଷ୍ଟ୍ରି ରିଲ ଏବଂ ରିୟଲ ଲାଇଫରେ ଦର୍ଶକମାନେ ପସନ୍ଦ କରିଥାନ୍ତି । ୨୦୧୭ରେ ଉଭୟ ପ୍ରେମ ବିବାହ କରିଥିଲେ ।

Leave A Reply

Your email address will not be published.