Latest Odisha News

[ଦେଖନ୍ତୁ ଭିଡିଓ] ଶ୍ରୀମନ୍ଦିର ରୋଷ ଶାଳା ଚୁଲିକୁ ଭାଙ୍ଗିଦେଲେ ଦୁର୍ବୁତ୍ତ

ଶ୍ରୀମନ୍ଦିର ରୋଷ ଶାଳାର ଚୁଲିକୁ ଭାଙ୍ଗିଦେଲେ ଦୁର୍ବୁତ୍ତ। ଗତ ରାତିରେ ଦୁର୍ବଳ ସୁରକ୍ଷା ବ୍ୟବସ୍ଥାର ସୁଯୋଗ ନେଇ ମହାପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତ ହେଉଥିବା ଚୁଲିକୁ ଭାଙ୍ଗି ଦେଇଛନ୍ତି ଦୁର୍ବୁତ୍ତ। ଗତକାଲି ରାତିରେ ମହାପ୍ରଭୁଙ୍କ ବଡ଼ସିଂହାର ଭୋଗ ପରେ ରୋଷ ଶାଳାକୁ ସୁରକ୍ଷା କର୍ମଚାରୀଙ୍କ ଉପସ୍ଥିତିରେ ବନ୍ଦ କରାଯାଇଥିଲା। ତେବେ ଆଜି ସକାଳୁ ସୁଆର ମାନେ ରୋଷ କାର୍ଯ୍ୟ କରିବାକୁ ଯିବାବେଳେ ପ୍ରାୟ ୬୦ ରୁ ଉର୍ଦ୍ଧ ଚୁଲି ଭଙ୍ଗା ଯାଇଥିବା ଦେଖିଥିଲେ। ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ଓ ରୋଷ ଶାଳାରେ କଡା ସୁରକ୍ଷା ବଳୟ ରହିଥିଲେ ମଧ୍ୟ ରାତିରେ ଏହି କାଣ୍ଡ କିଏ କଲା ତାହା ଅସ୍ପଷ୍ଟ ରହିଛି।

ଶ୍ରୀମନ୍ଦିର  ରୋଷ ଚୁଲି ଭଙ୍ଗାଯିବା ଘଟଣା ନେଇ ସାଧାରଣରେ ନିନ୍ଦା କରାଯାଇଛି।  ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନୱର ବିଶାଳ ସିଂ ଓ ଶ୍ରୀମନ୍ଦିର ପ୍ରଶାସକ ଘଟଣାସ୍ଥଳକୁ ଯାଇ ମାମଲାର ଯାଞ୍ଚ ଓ ତଦନ୍ତ କରିଛନ୍ତି । ଚୁଲି ଭଙ୍ଗା ଯାଇଥିଲେ ମଧ୍ୟ ଏହାକୁ ତୁରନ୍ତ ମରାମତି କରାଯାଇ ମହାପ୍ରସାଦ ପ୍ରସ୍ତୁତି କାର୍ଯ୍ୟ କରାଯାଇଥିଲା।

କଡା ସୁରକ୍ଷା ବଳୟ ମଧ୍ୟରେ ଥିବା ଶ୍ରୀମନ୍ଦିର ଓ ସେବାୟତଙ୍କ ଛଡା ଅନ୍ୟ କେହି ଶ୍ରୀମନ୍ଦିର ରୋଷଘରକୁ ଯିବାର ଅନୁମତି ନଥିବା ବେଳେ ଚୁଲା ଭାଙ୍ଗିବା ଘଟଣା ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।
;

Leave A Reply

Your email address will not be published.