Latest Odisha News

ଅସୀଚାଳନାରେ ପ୍ରଥମ ଭାରତୀୟ ଭାବେ ଅଲିମ୍ପିକ ଯୋଗ୍ୟତା ହାସଲ କଲେ ଭବାନୀ

ମାଡ୍ରାସ: ତାମିଲନାଡୁର ସିଏ ଭବାନୀ ଦେବୀ ପ୍ରଥମ ଭାରତୀୟ ଅସୀଚାଳକ ଭାବେ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ଭବାନୀ ଏଓଆର ଆଧାରରେ କ୍ୱାଲିଫାଇ କରିଛନ୍ତି । ୫ଏପ୍ରିଲ ୨୦୨୧ରେ ବିଶ୍ୱ ର‌୍ୟାଙ୍କିଙ୍ଗ ଜାରି କରାଯାଇଥିଲା । ଏସିଆ-ଓସେନିଆ କ୍ଷେତ୍ର ପାଇଁ ୨ଟି କୋଟା ସରକ୍ଷିତ ରଖା ଯାଇଥିଲା ।

ଭବାନୀ ଏବେ ୪୫ତମ ସ୍ଥାନରେ ଥିଲେ ମଧ୍ୟ ଅଲିମ୍ପିକ କୋଟା ହାସଲରେ ସଫଳ ହୋଇଛନ୍ତି । ୫ ଏପ୍ରିଲରେ ଏ ନେଇ ବିଧିବଦ୍ଧ ଭାବେ ଘୋଷଣା କରାଯିବ । ଭବାନୀଙ୍କୁ ଏ ନେଇ କ୍ରୀଡା ମନ୍ତ୍ରୀ କିରେନ ରିଜିକୁ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.