Latest Odisha News

BREAKING NEWS

ଭଞ୍ଜନଗର ତାରାସିଂ ଆମ୍ବଝରା ଜଙ୍ଗଲରୁ ମୃତଦେହ ଠାବ

ଭଞ୍ଜନଗର : ଜଙ୍ଗଲରୁ ଠାବ ହୋଇଛି ମୃତଦେହ । ତାରାସିଂ ବନାଞ୍ଚଳ ଆମ୍ବଝରା ଜଙ୍ଗଲରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ କଳିଙ୍ଗପଦର ଅଞ୍ଚଳରର ଶ୍ୟାମଘନ ଜାନି । ହାତୀ ଆକ୍ରମଣରେ ଶ୍ୟାମଘନଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଜଙ୍ଗଲକୁ ପତ୍ର ତୋଳିବାକୁ ଯାଇ ଗତକାଲିଠାରୁ ନିଖୋଜ ଥିଲେ ଶ୍ୟାମଘନ । ତେବେ ଆଜି ତାଙ୍କର ମୃତଦେହ ଠାବ ହୋଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ବ୍ୟବଚ୍ଛେଦ ପରେ ମୃତ୍ୟୁର ଅସଲ କାରଣ ଜଣାପଡିବ ବୋଲି ପୋଲିସ କହିଛି ।

Leave A Reply

Your email address will not be published.