Latest Odisha News

BREAKING NEWS

ଭାବନାଙ୍କୁ ଅଲିମ୍ପିକ କୋଟା, ନିଜର ଜାତୀୟ ରେକର୍ଡ ଭାଙ୍ଗିଲେ

ଜୟପୁର: ରାଜସ୍ଥାନର ଭାବନା ଜାଟ ୨୦ କିଲୋମିଟର ଚଲା ରେସରେ ନିଜର ଜାତୀୟ ରେକର୍ଡ ଭଙ୍ଗ କରିବା ସହ ଅଲିମ୍ପିକ କୋଟା ହାସଲ କରିଛନ୍ତି । ଭାବନା ୧ ଘଂଟା ୨୯ମିନିଟରେ ତାଙ୍କ ରେସ୍ ସମ୍ପୂର୍ଣ୍ଣ କରିଥିଲେ । ଅଲିମ୍ପିକ ଯୋଗ୍ୟତା ପାଇଁ ୧ ଘଂଟା ୩୧ ମିନିଟ ସମୟ ରହିଛି ।

ପୂର୍ବରୁ ୨୦୧୯ରେ ଭାବନା ୧ ଘଂଟା ୩୮ ମିନିଟ ୫୦ ସେକେଣ୍ଡରେ ରେସ୍ ସମ୍ପୂର୍ଣ୍ଣ କରି ଜାତୀୟ ରେକର୍ଡ ସ୍ଥାପନ କରିଥିଲେ । ପୁରୁଷ ବିଭାଗରେ ମାତ୍ର ୩୪ ସେକେଣ୍ଡ ସମୟ ପଛରେ ରହିବା ଯୋଗୁ ସନ୍ଦୀପ କୁମାର ଯୋଗ୍ୟତା ହାସଲରୁ ବଂଚିତ ହୋଇଛନ୍ତି ।

Leave A Reply

Your email address will not be published.