ନୟାଗଡ: ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ବାଣୀଗୋଛା ଛକ ନିକଟ ଏକ ଟ୍ରକ୍ରୁ ବିପୁଳ ଗଂଜେଇ ଜବତ । କେନ୍ଦ୍ରୀୟ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଭୁବନେଶ୍ୱର ପକ୍ଷରୁ ଚଢ଼ାଉ କରାଯାଇ ୧.୫ ଟନ୍ ଗଂଜେଇ ଜବତ କରାଯାଇଛି । ଏଥିସହ ଏହି ମାମଲାରେ ସମ୍ପୃକ୍ତ ଥିବା ଡ୍ରାଇଭରକୁ ମଧ୍ୟ ଗିରଫ କରାଯାଇଛି ।
ସୂଚନା ମୁତାବକ ଶନିବାର ଏକ ଟ୍ରକ୍ରେ ଗଂଜେଇ ଚାଲାଣ ହେଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ପୋଲିସ ଖବର ପାଇଥିଲା । ଏହା ପରେ ବାଣୀଗୋଛା ନିକଟ ଏକ ଢ଼ାବା ସାମ୍ନାରେ ଟ୍ରକ୍କୁ ଅଟକାଇ ପୋଲିସ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ଟ୍ରକ୍ରେ ଡାଲା ଭିତରେ ତଳେ ବସ୍ତା ବସ୍ତା ଗଂଜେଇ ଓ ତା’ ଉପରେ କାଠ ରଖାଯାଇଥିବା ଦେଖିବାକୁ ମିଳିଥିଲା । ଜବତ ଗଂଜେଇର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ପୋଲିସ ଅନୁମାନ କରୁଛି ।
BREAKING NEWS
- ରାଜ୍ୟରେ ୧୩ହଜାରରୁ ଅଧିକ ଶିକ୍ଷକ ପଦବୀ ଖାଲି
- ଗିଲଙ୍କ କହୁଣୀରେ ବାଜିଲା ସିରାଜଙ୍କ ବଲ
- Shree Jagannath Temple Land Settlement:ଶ୍ରୀ ଜଗନ୍ନାଥ ମନ୍ଦିର ଜମି ବନ୍ଦୋବସ୍ତ ପାଇଁ ଇ-ପୋର୍ଟାଲର ହେବ ବିକାଶ; ପୋର୍ଟାଲରେ ରହିବ ସବୁ ଜମି ଦଖଲକାରୀଙ୍କ ତଥ୍ୟ
- Manipur’s ‘disturbed area’ status: ମଣିପୁରକୁ ଛଅ ମାସ ପାଇଁ ‘ଅଶାନ୍ତ ଅଞ୍ଚଳ’ ଭାବେ ଘୋଷଣା;ହିଂସାକାଣ୍ଡର ନୂତନ ଉତ୍ତେଜନା ମଧ୍ୟରେ ନିଷ୍ପତ୍ତି
- ଅଗରକରଙ୍କୁ ନେଇ ବଡ ଖୁଲାସା କଲେ ଏହି କ୍ରିକେଟର
- ଗାଁରେ ଆତଙ୍କ;ଘରେ ପଶିଥିବା ବାଘ ଛୁଆକୁ ଧରିଲା ବନବିଭାଗ
- ବ୍ରିଜଭୂଷଣ ମାମଲାରେ ନୂଆ ମୋଡ଼: ଦୋଷମୁକ୍ତ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କଲେ ୪ ମହିଳା କୁସ୍ତିଯୋଦ୍ଧା
- ଦିଲୀପ ତିର୍କୀଙ୍କ ଜୀବନ ପ୍ରତି ବିପଦ ଅଭିଯୋଗ, ମାମଲା ରୁଜୁ
- ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ୍: କୋହଲିଙ୍କ ଫର୍ମ ଓ ରେକର୍ଡ ଉପରେ ସମସ୍ତଙ୍କ ନଜର
- ଲଗାଣ ବର୍ଷାରେ ଭୂସ୍ଖଳନ; କନ୍ଧମାଳ-ଗଞ୍ଜାମ ଯୋଗାଯୋଗ ବିଚ୍ଛିନ୍ନ,ଏପଟେ ଧୋଇଗଲା ଶାରିଶୁଆ ଘାଟି

Comments are closed.