Latest Odisha News

BREAKING NEWS

ଟ୍ରକ୍‌ରୁ ଦେଢ଼ ଟନ୍ ଗଂଜେଇ ଜବତ, ଡ୍ରାଇଭର ଗିରଫ

ନୟାଗଡ: ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ବାଣୀଗୋଛା ଛକ ନିକଟ ଏକ ଟ୍ରକ୍‌ରୁ ବିପୁଳ ଗଂଜେଇ ଜବତ । କେନ୍ଦ୍ରୀୟ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଭୁବନେଶ୍ୱର ପକ୍ଷରୁ ଚଢ଼ାଉ କରାଯାଇ ୧.୫ ଟନ୍ ଗଂଜେଇ ଜବତ କରାଯାଇଛି । ଏଥିସହ ଏହି ମାମଲାରେ ସମ୍ପୃକ୍ତ ଥିବା ଡ୍ରାଇଭରକୁ ମଧ୍ୟ ଗିରଫ କରାଯାଇଛି ।
ସୂଚନା ମୁତାବକ ଶନିବାର ଏକ ଟ୍ରକ୍‌ରେ ଗଂଜେଇ ଚାଲାଣ ହେଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ପୋଲିସ ଖବର ପାଇଥିଲା । ଏହା ପରେ ବାଣୀଗୋଛା ନିକଟ ଏକ ଢ଼ାବା ସାମ୍ନାରେ ଟ୍ରକ୍‌କୁ ଅଟକାଇ ପୋଲିସ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ଟ୍ରକ୍‌ରେ ଡାଲା ଭିତରେ ତଳେ ବସ୍ତା ବସ୍ତା ଗଂଜେଇ ଓ ତା’ ଉପରେ କାଠ ରଖାଯାଇଥିବା ଦେଖିବାକୁ ମିଳିଥିଲା । ଜବତ ଗଂଜେଇର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ପୋଲିସ ଅନୁମାନ କରୁଛି ।

Leave A Reply

Your email address will not be published.