Latest Odisha News

BREAKING NEWS

ଭିିତରକନିକା ମହୋତ୍ସବ: ଜାନୁଆରୀ ୩୧ରୁ ଆରମ୍ଭ

କେନ୍ଦ୍ରାପଡ଼ା: ଆସନ୍ତା ଜାନୁଆରୀ ୩୧ରେ ଭିତରକନିକା ଜାତୀୟ ଉଦ୍ୟାନରେ ଅନୁଷ୍ଠିତ ହେବାକୁ ଯାଉଛି ୩ ଦିନିଆ ‘ଭିତରକନିକା ମହୋତ୍ସବ’ । ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ଲାଗି ଏହି ପ୍ରାକୃତିକ ଶୋଭାରାଜିରେ ଭରପୁର ଜାତୀୟ ଉଦ୍ୟାନ ପକ୍ଷରୁ ଏପରି ଏକ ମହୋତ୍ସବ ଆୟୋଜନ କରାଯାଉଛି ।

କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର-ନଳିତାପାଟିଆ ମଧ୍ୟରେ ଥିବା ମୁଖ୍ୟ ରାସ୍ତା ନିକଟରେ ଏହି ମହୋତ୍ସବ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ହେଉଛି ।

ଏହି ମହୋତ୍ସବକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଉତ୍ସବ ଲାଗି ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୧୦ ଲକ୍ଷ ଟଙ୍କା ଏବଂ ଓଡ଼ିଶା ମାଇନିଂ କର୍ପୋରେସନ ପକ୍ଷରୁ ୨୦ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି ।

ମିଳିଥିବା ସୂଚନାନୁଯାୟୀ, ଏହି ମହୋତ୍ସବକୁ ସଫଳ କରିବା ସହିତ ଅଧିକରୁ ଅଧିକ ପର୍ଯ୍ୟଟକ କିପରି ଏହି ମହୋତ୍ସବରେ ଅଂଶଗ୍ରହଣ କରିପାରିବେ ସେଥିଲାଗି କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା, ରାଜନଗର ବିଧାୟକ ଧ୍ରୁବ ସାହୁ ଏବଂ ରାଜନଗର ଡିଏଫଓ ବିକାଶ ରଞ୍ଜନ ଦାଶ ଯୋଜନା ପ୍ରସ୍ତୁତ କରିଛନ୍ତି ।

Leave A Reply

Your email address will not be published.