Latest Odisha News

BREAKING NEWS

ଓଡ଼ିଶାରେ ବାତିଲ ହେଲା ୪ ଟି ପ୍ୟାସେଞ୍ଜର୍ ଟ୍ରେନ୍ ; ୱାଲଟିଅର ଡିଭିଜନରେ ମରାମତି କାର୍ଯ୍ୟ ଜାରି

ଭୁବନେଶ୍ୱର:ୱାଲଟିଅର ରେଳ ଡିଭିଜନରେ ହେଉଥିବା ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳ ବିଭାଗ ୪ ଟି ପ୍ୟାସେଞ୍ଜର ଟ୍ରେନକୁ ବାତିଲ କରିଛନ୍ତି ।

ପୂର୍ବତଟ ରେଳ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ସମ୍ବଲପୁର-କୋରାପୁଟ ଓ କୋରାପୁଟ- ସମ୍ବଲପୁର ପ୍ୟାସେଞ୍ଜର୍ ଟ୍ରେନକୁ ୧୦ ଜାନୁଆରୀ ଠାରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବାତିଲ କରାଯାଇଛି ।

ସେହିପରି, ରାୟପୁର- ବିଶାଖାପାଟଣା ପ୍ୟାସେଞ୍ଜର୍ ଟ୍ରେନ ୧୧ ଜାନୁଆରୀ ଠାରୁ ୧ ଅପ୍ରେଲ ପର୍ଯ୍ୟନ୍ତ ବାତିଲ କରାଯାଇଛି । ଅନ୍ୟପଟେ ବିଶାଖାପାଟଣା-ରାୟପୁର ପ୍ୟାସେଞ୍ଜର୍ ୧୦ ଜାନୁଆରୀ ରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବାତିଲ କରାଯାଇଛି ।

Leave A Reply

Your email address will not be published.