କେନ୍ଦ୍ରାପଡା: ଆଜିଠୁ ସାଧାରଣ ଲୋକଙ୍କ ପାଇଁ ଖୋଲିଛି ଭିତରକନିକା । ଗତ ୧୪ ତାରିଖରୁ ଭିତରକନିକାରେ କୁମ୍ଭୀର ଗଣନା ଚାଲିଥିବାରୁ ପର୍ଯ୍ୟଟକଙ୍କ ପାଇଁ ଜାତୀୟ ଉଦ୍ୟାନ ବନ୍ଦ ରହିବା ନେଇ ସୂଚନା ଦେଇଥିଲେ ଭିତରକନିକା କର୍ତ୍ତୃପକ୍ଷ । ଯାହା ପୁଣି ଆଜିଠୁ ଖୋଲିଛି ।
ଅନ୍ୟପଟେ ଏବେ ସରିଛି ଭିତରକନିକାରେ କୁମ୍ଭୀର ଗଣନା । ଚଳିତ ଥର ଗଣନା ଅନୁଯାୟୀ, ଏଥର କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇଛି । ଏଥର ୧୮୨୬ଟି ବଉଳା କୁମ୍ଭୀର ଚିହ୍ନଟ ହୋଇଛନ୍ତି । ଗତବର୍ଷ ଅପେକ୍ଷା ଚଳିତବର୍ଷ କୁମ୍ଭୀର ସଂଖ୍ୟାରେ ୧୫ଟି ବୃଦ୍ଧି ଘଟିଛି। ରାଜନଗର ବନଖଣ୍ଡର କନିକା, ରାଜନଗର, ମହାକାଳପଡ଼ା ଓ ଗହୀରମଥା ରେଞ୍ଜରେ କୁମ୍ଭୀର ଗଣନା କରାଯାଇଥିଲା। ଜାତୀୟ ଉଦ୍ୟାନ ତଥା ରାଜନଗର ବନଖଣ୍ଡରେ ଥିବା ୬୧ଟି ନଦୀ, ନାଳ ଓ ମୁହାଁଣରେ ୨୨ଟି ଦଳ ଜାନୁୟାରୀ ୧୯ରୁ ୨୨ ତାରିଖ ପର୍ଯ୍ୟନ୍ତ କୁମ୍ଭୀର ଗଣନା କରିଥିଲେ। କୁମ୍ଭୀର ଗଣନାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ପାଇଁ ଜାନୁୟାରୀ ୧୪ରୁ ୨୨ ତାରିଖ ପର୍ଯ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନକୁ ବନ୍ଦ କରାଯାଇଥିଲା।
Comments are closed.