Latest Odisha News

BREAKING NEWS

ଆସ ବୁଲି ଯିବା ଭିତରକନିକା, ଏହି ଦିନ ଖୋଲିବ ଜାତୀୟ ଉଦ୍ୟାନ

କେନ୍ଦ୍ରାପଡ଼ା: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଦୀର୍ଘ ତିନି ମାସ ପରେ ଖୋଲିବ ଭିତରକନିକା । ଆସନ୍ତା ୫ ତାରିଖରୁ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିବା ନେଇ ନିଷ୍ପତ୍ତି ନେଇଛି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ । ଏନେଇ ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।

କୋଭିଡ୍ ଗାଇଡଲାଇନ୍ ଓକଟକଣା ଭିତରେ ପର୍ୟ୍ୟଟକ ବୁଲାବୁଲି କରିପାରିବେ । ରାଜ୍ୟ ସରକାର ଅଗଷ୍ଟରେ ଅନଲକ୍ ଘୋଷଣା କରିବା ପରେ ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । ତେବେ ପର୍ଯ୍ୟଟକଙ୍କୁ ଭିତରକନିକା ଭିତରେ ରାତ୍ରିଯାପନ ପାଇଁ ଅନୁମତି ମିଳିବ ନାହିଁ ।

ମାସ୍କ ନ ପିନ୍ଧିଲେ ମିଳିବ ନାହିଁ ପ୍ରବେଶ ଅନୁମତି । ଭିତରେ ସମସ୍ତେ ସାମାଜିକ ଦୂରତା ରକ୍ଷା କରିବେ । ବାରମ୍ବାର ହାତକୁ ସାନିଟାଇନ୍ କରିବେ ପର୍ୟ୍ୟଟକ ଓ ଅଭୟାରଣ୍ୟ କର୍ମଚାରୀ । କୁମ୍ଭୀରଙ୍କ ପ୍ରଜନନ ଋତୁକୁ ଦୃଷ୍ଟିରେ ରଖି ଗତ ମେ ମାସରୁ ପର୍ଯ୍ୟଟକଙ୍କ ପାଇଁ ତିନି ମାସ ବନ୍ଦ ରହିଥିଲା ଭିତରକନିଆ । ତାସହ କରୋନା ସଂକ୍ରମଣ ବି ବଢ଼ିଥିଲା ।

Leave A Reply

Your email address will not be published.