ଆଜିଠାରୁ ଜୁଲାଇ ୩୧ ତାରିଖ ଯାଏ ଭିତରକନିକା ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ଏହି ସମୟରେ କୁମ୍ଭୀରମାନେ ବସା କରିବା ସହ ଅଣ୍ଡା ଦେଇଥାନ୍ତି। ଅଣ୍ଡାକୁ ଶତ୍ରୁମାନଙ୍କ କବଳରୁ ରକ୍ଷା କରିବା ପାଇଁ ସେମାନେ ହିଂସ୍ର ହୋଇପଡ଼ନ୍ତି।
ତେଣୁ ପର୍ଯ୍ୟଟକ ଓ କୁମ୍ଭୀରମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମେ’ ପହିଲାରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ୩ ମାସ ଭିତରକନିକା ବନ୍ଦ ରଖାଯାଇଛି । ପ୍ରଜନନ ଋତୁରେ କୁମ୍ଭୀରମାନେ ଭିତରକନିକା ନିକଟ ନଦୀନାଳର ଉପରମୁଣ୍ଡକୁ ଉଠିଯାଇଥାନ୍ତି। ସେଥିପାଇଁ ବନ ବିଭାଗ ପକ୍ଷରୁ ଜନସେଚତନତା କରିବା ସହ ଡାଙ୍ଗମାଳ, ରାଜନଗର, ମହାକାଳପଡାରେ ଉଦ୍ଧାରକାରୀ ଟିମ୍ ନିୟୋଜିତ କରାଯାଇଛି।
Comments are closed.