ବାଲେଶ୍ୱର: ବିନା ପ୍ରତିଦ୍ୱନ୍ଦୀରେ ହେଲା ବାର ଆସୋସିଏସନ୍ ନିର୍ବାଚନ। ବାର ଆସୋସିଏସନ୍ ନିର୍ବାଚନରେ ଉଦାହରଣ ସୃଷ୍ଟି କଲା ଭୋଗରାଇ ବାର ଆସୋସିଏସନ୍। ନିଜ ଭିତରେ ଏକତା ବଜାଇ ରଖିବା ପାଇଁ ବିନା ପ୍ରତିଦ୍ବନ୍ଦୀରେ ହେଲା ନିର୍ବାଚନ। ଆଉ ବିଜୟୀ ହୋଇଥିବା ପ୍ରାର୍ଥୀମାନେ ଭୋଗରାଇବାସୀଙ୍କୁ ନ୍ୟାୟ ଦେବା ପାଇଁ କଲେ ଶପଥ।
ଓଡ଼ିଶା ବାର କାଉନସିଲର ନିର୍ଦ୍ଦେଶ ଅନୁଯାୟୀ ପ୍ରଥମ କରି ଭୋଗରାଇ ବାର ଆସୋସିଏସନର ନିର୍ବାଚନ ହୋଇଥିଲା। ଏଥିରେ ୧୪ଟି ପଦ ପାଇଁ ୧୪ ଜଣ ହିଁ ନାମାଙ୍କନ ପତ୍ର ଦାଖଲ କରିଥିଲେ। ସେହି ୧୪ ଜଣ ବିନା ପ୍ରତିଦ୍ଵନ୍ଦିତାରେ ନିର୍ବାଚିତ ହୋଇଛନ୍ତି। ସୂଚନା ଅନୁଯାଇ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରେ ନୂତନ କରି ଗ୍ରାମ୍ୟ ନ୍ୟାୟାଳୟ ପ୍ରତିଷ୍ଠା ପରେ ଚଳିତ ବର୍ଷ ପ୍ରଥମଥର ପାଇଁ ନିର୍ବାଚନ ହୋଇଛି।
ଯେଉଁଥିରେ ଓକିଲ ମାନଙ୍କ ଭିତରେ କୌଣସି ପ୍ରତିଦ୍ବନ୍ଦୀତା ନକରି ବିନା ପ୍ରତିଦ୍ବନ୍ଦୀରେ ୧୪ଟି ପଦବୀ ପାଇଁ ୧୪ ଜଣ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଏହି ନିର୍ବାଚରେ ନିର୍ବାଚନ ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ ନାମାଙ୍କନ ଦାଖଲ କରିଥିବା ୧୪ ଜଣକୁ ବିଜୟୀ ଘୋଷଣା କରିଛନ୍ତି। ଏଥିରେ ସଭାପତି ଭାବେ ଗୌରହରି ଘୋଷ ନିଦ୍ଵନ୍ଦରେ ନିର୍ବାଚିତ ହୋଇଥିବା ବେଳେ ଉପସଭାପତି ପ୍ରଦୀପ୍ତ କିଶୋର ଜେନା, ସମ୍ପାଦକ ଅରୁପ କୁମାର ଜେନାଙ୍କ ସହ ଅନ୍ୟ ପ୍ରାର୍ଥୀମାନେ ନିର୍ଦ୍ୱନ୍ଦରେ ବିଜୟୀ ହୋଇଛନ୍ତି।
Comments are closed.