Latest Odisha News

BREAKING NEWS

ବକ୍ସ ଅଫିସରେ ଖୁବଶୀଘ୍ର ମୁହାଁମୁହିଁ ହେବେ ‘ଭୁଲ୍ ଭୁଲେୟା ୩’ ଏବଂ ‘ସିଙ୍ଘମ୍ ଏଗେନ୍’

ମୁମ୍ବାଇ: ବକ୍ସ ଅଫିସରେ ଖୁବଶୀଘ୍ର ମୁହାଁମୁହିଁ ହେବେ ଭୁଲ୍ ଭୁଲେୟା ୩ ଏବଂ ସିଙ୍ଘମ ଏଗେନ୍। ଏହି ଦୁଇ ଫିଲ୍ମ ଦିୱାଲୀରେ ଧମାକା କରିବେ। ହେଲେ ବକ୍ସ ଅଫିସରେ କିଏ ବାଜିମାତ୍ କରିବ ତାହା ଦେଖିବାକୁ ବାକି ରହିଲା।

କିଛି ସପ୍ତାହ ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ ସିଙ୍ଘମ ଏଗେନ୍ ର ନିର୍ମାତାମାନେ ରିଲିଜ୍ ତାରିଖ ବଦଳାଇ ପାରନ୍ତି। କିନ୍ତୁ ଏବେ ସ୍ପଷ୍ଟ ହୋଇଛି ଯେ ମେକର୍ସ ମାନେ ଫିଲ୍ମ ରିଲିଜ ତାରିଖକୁ ବଦଳାଇବେ ନାହିଁ।

ଭୂଷଣ କୁମାର ‘ଭୁଲ୍ ଭୁଲେୟା ୩’ ର ନିର୍ଦ୍ଦେଶକ ହୋଇଥିଲା ବେଳେ ‘ସିଙ୍ଘମ ଏଗେନ୍’ ର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ରୋହିତ ସେଠୀ। ଉଭୟ ‘ସିଙ୍ଘମ ଏଗେନ୍’ ଏବଂ ‘ଭୁଲ୍ ଭୁଲେୟା ୩’ ନଭେମ୍ବରରେ ବଡ ପରଦାରେ ମୁକ୍ତିଲାଭ କରିବ।

 

 

Comments are closed.