Latest Odisha News

BREAKING NEWS

ଓଡ଼ିଶାର ଗୌରବମୟ ଇତିହାସକୁ ମନେପକାଇଲେ ବିଏଚୟୁ ଛାତ୍ରୀଛାତ୍ର ଓ ପ୍ରବାସୀ ଓଡ଼ିଆ ସଂଗଠନ

ବାରଣାସୀ/ଭୁବନେଶ୍ୱର: ଓଡ଼ିଶାର ଗୌରବମୟ ଇତିହାସ ଏବଂ ଐତିହପୂର୍ଣ୍ଣ ସଂସ୍କୃତିର ମୂକସାକ୍ଷୀ କାର୍ତ୍ତିକ ପୂର୍ଣ୍ଣିମାକୁ ପ୍ରବାସୀ ଓଡ଼ିଆ ସଂଗଠନ ବାରାଣସେୟ ଉତ୍କଳ ସମାଜ ପକ୍ଷରୁ ଉତ୍ସାହପୂର୍ଣ୍ଣ ପରିବେଶରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ (ବି.ଏଚ.ୟୁ) ପାଳନ କରାଯାଇଛି ।

କାର୍ତ୍ତିକ ପୂର୍ଣ୍ଣିମାର ପ୍ରାତଃରୁ ଛାତ୍ରଛାତ୍ରୀ ଏବଂ ଓଡିଆ ସମ୍ପ୍ରଦାୟର ସଦସ୍ୟମାନେ ଏକାଠି ହୋଇ ତୁଳସୀ ଚଊଁରା ସାମ୍ନାରେ ସୁନ୍ଦର ରଙ୍ଗୋଲି ବନେଇବା ସହିତ ପାରମ୍ପରିକ ରୀତିରେ ପୂଜା ଆରମ୍ଭ ହୋଇଥିଲା ଏବଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ସୁସଜ୍ଜିତ ବୋଇତକୁ ବନ୍ଦାପନା କରି କୃଷିବିଜ୍ଞାନ ଗବେଷଣା କ୍ଷେତ୍ରସ୍ଥିତ ପୁଷ୍କରିଣୀରେ ଭସାଇ ଓଡିଶାର ଗୌରବମୟ ସାମୁଦ୍ରିକ ଇତିହାସକୁ ସ୍ମରଣ କରିଥିଲେ।

ବନ୍ଦାପନା କରାଯାଇଥିବା ସୁନ୍ଦର ବୋଇତର ଡିଜାଇନ ଅନିର୍ବାଣ, ବିନୀତ, ଅଙ୍କିତା, ବୈଷ୍ଣବୀ, ସୌମ୍ୟ, ବିକାଶ, ନିମାଇଁ, ଅଭିନନ୍ଦନ, ନିହାରିକା, ଅନ୍ୱେଷା, ସୋନାଲି, ରିତିକ୍, ପ୍ରତୀକ୍, ହରିଶଙ୍କର ଏବଂ ମନୋଜ ଦ୍ୱାରା ନିର୍ମିତ ହୋଇଥିଲା, ଯାହା ସେମାନଙ୍କର କଳାତ୍ମକ ଶକ୍ତି ପ୍ରଦର୍ଶନ କରିଥିଲା।

ବାରାଣସୀରେ ଓଡିଆ ସମ୍ପ୍ରଦାୟର ଏକତା ଏବଂ ଆତ୍ମାକୁ ଦର୍ଶାଇ ବି.ଏଚ.ୟୁରୁ ବିଭିନ୍ନ ବିଭାଗର ପ୍ରତିନିଧିତ୍ୱ କରୁଥିବା ଓଡିଆ ଅଧ୍ୟାପକ ଏବଂ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏହି ଉତ୍ସବରେ ଉଲ୍ଲେଖନୀୟ ଅଂଶଗ୍ରହଣ କରାଯାଇଥିଲା।

Comments are closed.